Odiapua.com

କୋରାପୁଟ ଜିଲ୍ଲାପରିଷଦ ଜୋନ-୧ ବିଜୁ ଜନତା ଦଳର ଜୋନାଲ  କମିଟି ବୈଠକ

କୋରାପୁଟ ୧୯-୦୭(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ଦକ୍ଷତା ବୃଦ୍ଧି ବିକାଶ କେନ୍ଦ୍ର ସଭାଗୃହଠାରେ କୋରାପୁଟ ଜିଲ୍ଲା ପରିଷଦ ବିଜୁ ଜନତା ଦଳର ଜୋନ-୧ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ କଟକ ସଦର ବିଧାୟକ ତଥା କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରାଙ୍କ ଆଜି ଜନ୍ମଦିନ ଥିବାରୁ ଉପସ୍ଥିତ ସଦସ୍ୟମାନେ କେକକାଟି ଜନ୍ମଦିନ ପାଳନ କରିଥିଲେ ।ଏହି ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ ,ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ,କୋରାପୁଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ନାରାୟଣ ବିଷୋୟୀ ,ଜିଲ୍ଲା ସାଧାରଣ ସଂପାଦକ ବିଦ୍ୟାଧର ସାହୁ ,ବିଜେଡି ଉପସଭାପତି ଦାମ ନାୟକ ,ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି , କୋରାପୁଟ ବ୍ଲକ ସଭାପତି ସଂଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଅଂଶଗ୍ରହଣ କରିଥିଲେ ।କମିଟିର ସଦସ୍ୟମାନେ ପ୍ରତ୍ୟେକ ପଂଚାୟତକୁ ଯାଇ ଲୋକମାନଙ୍କ ସମସ୍ୟା ବୁଝି ସମାଧାନ କରିବାରେ ସହାୟକ ହେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟଗୁଡିକ ଲୋକଙ୍କ ନିକଟରେ ପହଂଚାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।