Odiapua.com

କୋରାପୁଟ ଜିଲ୍ଲରେ ୩୧ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ୨୦-୦୪(ଓଡିଆ ପୁଅ /ରଂଜନ ଦାସ)  କୋରାପୁଟ ଜିଲ୍ଲାରେ ମଙ୍ଗଳବାର ଦିନ ୧୪ଜଣ ମହିଳାଙ୍କ ସମେତ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୨ ଓ ସୁନାବେଡା ପୌରାଂଚଳରୁ ୪ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ ଏନଏସିରୁ  ୬ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୨,ବୋରିଗୁମ୍ମାରୁ ୧,ଦଶମନ୍ତପୁରରୁ ୨ ଓ କୋରାପୁଟ ବ୍ଲକରୁ ୮ଜଣ କରୋନା ପଜିଟିଭ ବାହାରିଥିବାବେଳେ କୋଟପାଡ ବ୍ଲକରୁ ୩ ,ଲକ୍ଷ୍ମୀପୁର  ବ୍ଲକରୁ  ୨ ଏବଂ ନନ୍ଦପୁର ବ୍ଲକରୁ  ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୍ ୧୯  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୯୩୦  ଜଣଙ୍କୁ କରୋନା ଟୀକା କରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।