Odiapua.com

କୋରାପୁଟ ଜଳବିଭିଜିକା କାର୍ଯ୍ୟାଳୟର ବରିଷ୍ଠ ସହାୟକଙ୍କ ମୃତ୍ୟୁ

କୋରାପୁଟ ୧୦-୦୭(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜଳବିଭାଜିକା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅନିଲ କୁମାର ବେହେରାଙ୍କ ବ୍ରହ୍ମପୁର କୋଭିଡ ହସପିଟାଲରେ ଆଜି ସକାଳେ ମୃତ୍ୟୁ ହୋଇଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ସୂଚନା ଦେଇଛନ୍ତି ।କୋରାପୁଟରେ ଦେହ ଅସୁସ୍ଥତା କାରଣରୁ ସେ କୋରାପୁଟରୁ ରାୟଗଡା ଯାଇଥିଲେ ।ରାୟଗଡାରେ ଚିକିତ୍ସା ହେଉଥିଲେ ଓ ପରେ ବ୍ରହ୍ମପୁର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଥିଲା ।ଆଜି ତାଙ୍କର ଅକ୍ସିଜେନ ସ୍ତର ହ୍ରାସ ପାଇବା ପରେ ବ୍ରହ୍ମପୁର ହସପିଟାଲରେ ମୃତ୍ୟୁବରଣ କରିଥିଲେ ।ତାଙ୍କର ଅମର ଆତ୍ମା ସ୍ୱର୍ଗରେ ଶାନ୍ତି ଲାଭ କରୁ ବୋଲି ଶ୍ରୀ କାଲୋ ପ୍ରକାଶ କରିବା ସହ  ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ ।