Odiapua.com

କୋରାପୁଟ ଜଗନ୍ନାଥ ମନ୍ଦିରରେ ଲାଠିଯାତ୍ରା ସଂପନ୍ନ

କୋରାପୁଟ ; ତା୧୯-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ବିଜୟଦଶମୀ ଅବସରରେ କୋରାପୁଟ ଜଗନ୍ନାଥ ମନ୍ଦିର ପରିସରରେ ଲାଠିଯାତ୍ରା ସଂପନ୍ନ ହୋଇଯାଇଛି ।କୋରାପୁଟ ସହରର ଆଖପାଖ ଗ୍ରାମରୁ ୨୦ ଟି ଲାଠି ଆସିଥିଲା ।ଗ୍ରାମଠାକୁରାଣୀଙ୍କ ପ୍ରତିକଭାବେ ୨୦ ଟି ଲାଠିକୁ ଧରି ପୂଜାରୀ ଓ ଗୁରୁମାଇଁ(ପୂଜାରିଣୀ) କୋରାପୁଟ ଜଗନ୍ନାଥ ମନ୍ଦିର ପରିସରରେ ପହଂଚିବା ପରେ ଆଦିବାସୀଙ୍କ ଇଷ୍ଟଦେବୀ ପତରସଉରୁଣୀକଂଠାରୁ ଆଜ୍ଞାମାଳ ଆସିବାପରେ ପୁଜାର୍ଜନା କରାଯାଇଥିଲା ।କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା , ଡ.ଜଗବନ୍ଧୁ ସାମଲ , ନିଳାଦ୍ରୀ ପଟନାୟକ , ଉମାକାନ୍ତ ଦାସ ପ୍ରମୁଖ ସମସ୍ତଙ୍କୁ ସିରୋପା ପିନ୍ଧାଇଥିଲେ ।ଏହାପରେ ସହର ପରିକ୍ରମା କରିବା ସହ କୋରାପୁଟର ଗାଁଦେବୀ ନିଶାଣୀମୁଣ୍ଡାଠାରେ ପୂଜାର୍ଜନା କରିଥିଲେ ।
ଗୁରୁମାଈଁମାନେ ପୂଜାର୍ଜନା କରିବା ପରେ ସ୍ଥାନୀୟ ନିଶାଣୀମୁଣ୍ଡାଠାରେ ପୁଜାରୀ ଓ ଗୁରୁମାଈଁମାନଙ୍କୁ ଜଗନ୍ନାଥ ମନ୍ଦିର ତରଫରୁ ଭୋଗ ପ୍ରଦାନ କରାଯାଇଥିଲା ବୋଲି ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ସୂଚନା ଦେଇଥିଲେ ।