Odiapua.com

କୋରାପୁଟ କାଫେରେ ମିଳିବ ମାଣ୍ଡିଆ ସୁପ,ଇଟଲୀ,କ୍ଷୀରିଓପରଡା

କୋରାପୁଟ ୧୦-୦୧(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି ।କୋରାପୁଟ ସାଂସଦ ସପ୍ତଗିରି ଉଲକା ,କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ରଘୁରାମ ପଡାଲ ,ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ଓ ବ୍ଲକ ଅଧ୍ୟକ୍ଷା ନମିତା ମାଝି,ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି  ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।୮ ଲକ୍ଷ ଟଙ୍କା ବିନିମୟରେ ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଥିବା କୋରାପୁଟ ବିଧାୟକ ଶ୍ରୀ ପଡାଲ ସୂଚନା ଦେଇଛନ୍ତି ।କାଫେ ମାଧ୍ୟମରେ ମହିଳାମାନଙ୍କ ଆର୍ଥକ ସ୍ଥିତିରେ ଉନ୍ନତି ଆସିପାରିବ ବୋଲି ସେ ପ୍ରକାଶ କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।ଖାଦ୍ୟର ଗୁଣବତା ଓ ସ୍ୱଛତା ପ୍ରତି ଧ୍ୟାନ ଦେବାକୁ ବିଡିଓ ନରେନ୍ଦ୍ର ନାୟକ ଗୁରୁତ୍ୱ ଦେଇଥିଲେ ।କାଫେରେ ଜଳଖିଆ ,ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ସୁଲଭ ମୂଲ୍ୟରେ ବିକ୍ରୀ କରାଯିବ ବୋଲି ସ୍ୱାଭିବାନ ସଂଘର ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟି ସୂଚନା ଦେଇଛନ୍ତି ।ମାଣ୍ଡିଆରେ ପ୍ରସ୍ତୁତ ଇଟଲୀ,ସୁପ,କ୍ଷିରୀ ଓ ପରଡା ବିକ୍ରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ,କୋରାପୁଟ ନଗର ବିଜେଡି ସଭାପତି ସୁରେଶ ପଟନାୟକ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଦୁଲତା ପାତ୍ର,ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ର,କୋରାପୁଟ ସିଡିପିଓ ସୁଷମା ମହାପାତ୍ର,ସହକାରୀ ଯନ୍ତ୍ରୀ ରମାକାନ୍ତ ନାୟକ ଓ କନିଷ୍ଠ ଯନ୍ତ୍ରୀ ପି.କେ.ଦାସ , ପ୍ରମୁଖ ଉପସ୍ଥିତ ଥିଲେ ।