Odiapua.com

କୋରାପୁଟ କଫି  କର୍ଣ୍ଣାଟକର କୁଶଳନଗରକୁ ଗଲା

କୋରାପୁଟ ୦୭-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟର ଉତ୍ପାଦିତ କଫିକୁ ଆଜି କର୍ଣ୍ଣାଟକର କୁଶଳନଗରକୁ ପଠାଯାଇଥିବା ଜଣାପଡିଛି ।ଦୁଇଟି ଟ୍ରକରେ ବୋଝେଇ ୩୧୮ କ୍ୱିଂଟାଲ କଫିକୁ ଜିଲ୍ଲାପାଳ  ଅବଦ୍ଦାଲ ଏମ ଅଖତର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ,କୋରାପୁଟ ଟିଡିସିସିର ଶାଖା ପରିଚାଳକ ସୁରେଶ ଚନ୍ଦ୍ର ମଲ୍ଲିକ  ଓ ମାକେର୍ଟିଂ ଅଧିକାରୀ ଅଶୁତୋଷ ନନ୍ଦ , କାପକୋ ଅଧ୍ୟକ୍ଷା ସାବିତ୍ରୀ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ତୋପନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଆଜି କୋରାପୁଟ ଜିଲ୍ଲା ପାଇଁ ଗର୍ବର ଦିନ ,ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଟାଟା କଂପାନୀ ସହିତ କୋରାପୁଟ କଫିକୁ ସଂଯୋଗ କରାଯାଇପାରିଥିବା  ଆଦିବାସୀ ଉନ୍ନୟନ ସମବାୟ ନିଗମର ଶାଖା ପରିଚାଳକ ସୁରେଶ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।କାପକୋ ସହାୟତାରେ  ଆଦିବାସୀ ଉନ୍ନୟନ ସମବାୟ ନିଗମ ମାଧ୍ୟମରେ  ଦୁଇଟି ଟ୍ରକରେ ୩୧୮ କ୍ୱିଂଟାଲ କଫି କର୍ଣ୍ଣାଟକର କୁଶଳନଗରକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି ।