Odiapua.com

କୋରାପୁଟ ଓ ପଟ୍ଟାଙ୍ଗୀ ବିଜେପି ତରଫରୁ ଥାନାରେ ଦାବିପତ୍ର ପ୍ରଦାନ

କୋରାପୁଟ ୩୦-୧୦(ଓଡିଆ ପୁଅ /ରଂଜନ ଦାସ)ମମିତା ହତ୍ୟା ଘଟଣାରେ କୋରାପୁଟ ଓ ପଟ୍ଟାଙ୍ଗୀ ବିଜେପି ତରଫରୁ ଗୃହ ରାଷ୍ଟ୍ରମନ୍ତ୍ରୀ  ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ନିମନ୍ତେ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଥାନା ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ,ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ,ଜିଲ୍ଲା ସଂପାଦକ ବଳରାମ ବାରିକ,ପଛୁଆବର୍ଗ ଜିଲ୍ଲା ଉପସଭାପତି ପ୍ରତାପ କୁମାର ଚୈାଧୁରୀ,ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରଞ୍ଜିତ ପାଣିଗ୍ରାହୀ ,ପଟ୍ଟାଙ୍ଗୀ ପ୍ରଭାରୀ  ଦେବେନ୍ଦ୍ର ମହାନ୍ତି ପ୍ରମୁଖଙ୍କ ଅନ୍ୟାନ୍ୟ କର୍ମିମାନେ ପଟ୍ଟାଙ୍ଗୀ ଥାନାରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ସେହିପରି କୋରାପୁଟ ଟାଉନ ଓ ସଦର ଥାନାକୁ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ  ତ୍ରୀନାଥ ପଣ୍ଡା, ଜିଲ୍ଲା ଏସଚି ମୋର୍ଚ୍ଚା ସଭାପତି ଭାଗିରଥି ପାଟନିଆ ,କୋରାପୁଟ ମଣ୍ଡଳ ସଭାପତି ବିଜୟ କୁମାର ଦଳେଇ,ମହାଦେଇପୁଟ ମଣ୍ଡଳ ସଭାପତି ମାଧବ ମାଳି,ମହାଦେଇପୁଟ ପ୍ରଭାରୀ ମହିପାଳ ସିଂ,ଜିଲ୍ଲା ସଂପାଦିକା ବି.ଶ୍ରୀଦେବୀ, ସିଦ୍ଧାର୍ଥ ମୁଦୁଲି ,ଏସ.ପଟନାୟକ ଓ ଡି.ରାମା ରାଓ ପ୍ରମୁଖ ଯାଇ ଦାବିପତ୍ର ପ୍ରଦାନ କରିଥିଲେ ।