Odiapua.com

କୋରାପୁଟ ଓ ଦଶମନ୍ତପୁର ବିଡିଓ ଏବଂ ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟର ଉପ -ନିର୍ଦ୍ଦେଶକ ରିଲିଭ ହେଲେ

କୋରାପୁଟ ; ତା୦୫-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବିଡିଓ ସୁଶାନ୍ତ କୁମାର ବାରିକ ଓ ଦଶମନ୍ତପୁର ବିଡିଓ ସୁକାନ୍ତ ମାଝିଏବଂ ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟର ଉପ -ନିର୍ଦ୍ଦେଶକ ସଂଜୟ କୁମାର ନନ୍ଦ ଗତ ୩୧ ତାରିଖରେ ରିଲିଭ ରିଲିଭ ହୋଇଯାଇଥିବା ଜଣାପଡିଛି।କୋରାପୁଟ ଏବିଡିଓ ସଦାଶିବ ଅଧିକାରୀ କୋରାପୁଟ ବ୍ଲକର ଭାରପ୍ରାପ୍ତ ବିଡିଓ ଭାବେ ଅତିରିକ୍ତ ଦାୟିତ୍ୱ ନେଇଥିବା ବେଳେ ଦଶମନ୍ତପୁର ଏବିଡିଓ ରଜନୀକାନ୍ତ ଦାଶ ଦଶମନ୍ତପୁର ବ୍ଲକର ଭାରପ୍ରାପ୍ତ ବିଡିଓ ଭାବେ ଦାୟିତ୍ୱ ନେଇଥିବା ଜଣାପଡିଛି। ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟର ଉପ -ନିର୍ଦ୍ଦେଶକ ଭାବେ ଲକ୍ଷ୍ମିଧର ବିଶ୍ୱାଲ ଗତକାଲି ଦାୟିତ୍ୱ ନେଇଥିଲେ ବୋଲି ଜଣାପଡିଛି।