Odiapua.com

କୋରାପୁଟ ଓ ଜୟପୁର ମେଡିକାଲ ପରିଦର୍ଶନ କଲେ ୫ଟି ସଚିବ ; କୋରାପୁଟ ହସପିଟାଲର ପରିମଳ ବ୍ୟବସ୍ଥାକୁ ନେଇ ବିଗିଡିଲେ ଓ ଜୟପୁରରେ ଖୁସି ପ୍ରକଟ କଲେ

କୋରାପୁଟ ୦୯-୧୦(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟ ସରକାରଙ୍କ ୫ଟି ସଚିବ  ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି .କେ.ପାଣ୍ଡିଆନ , ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ.କେ.ମିନା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ଦକ୍ଷିଣ ଓଡିଶାର କୋରାପୁଟ , ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଡାକ୍ତରଖାନଗୁଡିକରେ ରୋଗୀମାନେ କିପରି ସ୍ୱାସ୍ଥ୍ୟସେବା ପାଉଛନ୍ତି ତାହା ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଯାଇଥିବା ଜଣାପଡିଛି ।କୋରାପୁଟ ହସପିଟାଲରେ ପରିମଳ ବ୍ୟବସ୍ଥାକୁ ନେଇ ବିଗିଡିଯାଇଥିବା ବେଳେ କୋରାପୁଟ ସଦର ମହକୁମାର ଡାକ୍ତରଖାନା ,ଜୟପୁରରେ ପରିମଳ ବ୍ୟବସ୍ଥାକୁ ନେଇ ଶ୍ରୀ ପାଣ୍ଡିଆନ ଖୁସି ପ୍ରକଟ କରିଥିବା ଜଣାପଡିଛି ।
କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ଭେଷଜ , ଅସ୍ଥୀଶଲ୍ୟ  , ଡାଇଲେସିସି ଓାର୍ଡ ପରିଦର୍ଶନ କରି ରୋଗୀମାନଙ୍କୁ ମେଡିସିନ ମାଗଣାରେ ମିଳୁଛି କି ନାହିଁ  , ଡାକ୍ତର ଆସୁଛନ୍ତି କି ନାହିଁ ଓ ବେଡସିଟ ପରିବର୍ତନ କରାଯାଉଛି କି ନାହିଁ ପ୍ରଶ୍ନ  କରିବାରୁ ଡାକ୍ତର ନିୟମିତ ଆସୁଥିବା ବେଳେ ବେଡସିଟ ପରିବର୍ତନ ହେଉଥିବା ଓ ମାଗଣାରେ ମେଡିସିନ ମିଲୁଥିବା ରୋଗୀମାନେ ଉତର ଦେଇଥିଲେ ।ଅଲଟ୍ରାସାଉଣ୍ଡ ଓ ନିଦାନ କେନ୍ଦ୍ର ପରିଦର୍ଶନ କରିଥିଲେ ।ସହ ଆଲୋଚନା କରିଥିଲେ ବୋଲି ଜଣାପଡିଛି ।ଓାର୍ଡ ପରିଦର୍ଶନ ସମୟରେ ଗଣମାଧ୍ୟମ ପ୍ରନିଧିମାନଙ୍କୁ ବାରଣ କରାଯାଇଥିଲା ମେଡିକାଲ କଲେଜ ସଭାଗୃହଠାରେ ଅର୍ଥ  ପ୍ରମୁଖ ସଚିବ ଏ.କେ.କେ.ମିନା ଓ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ  ଓ ଶ୍ରୀ ପାଣ୍ଡିଆନ ପ୍ରମୁଖ କଲେଜ ଓ ହସପିଟାଲର ସମୀକ୍ଷା କରିଥିଲେ ।ବାଓମେଟ୍ରିକ ମେସିନ କାମ କରୁଛି କି ନାହିଁ ତାହା ଦେଖିଥିଲେ ଓ ଭୁବନେଶ୍ୱରରୁ ଏକ ଦଳ ଆସି ତଦାରଖ କରିବେ ବୋଲି ଜଣାପଡିଛି ।କଲେଜ ଓ ହସପିଟାଲରେ ୬୦ ପ୍ରତିଶତ ପଦବୀ କାଲି ରହିଥିବାରୁ ପୂରଣ କରିବାକୁ କଲେଜ କର୍ତୂପକ୍ଷ ପ୍ରକାଶ କରିଥିଲେ ବୋଲି ଜଣାପଡିଛି ।ବିଦ୍ୟୁତ , ପାଣି ସମସ୍‌୍ୟା ନିମନ୍ତେ ସରକାରୀ ବିଭାଗରେ ନିର୍ଭର କରିବାକୁ ପଡୁଥିବା କର୍ତୂପକ୍ଷ ସୂଚନା ଦେଇଥିଲେ ।ସୁରକ୍ଷାକର୍ମି ଓ ଝାଡୁଦାର ନିମନ୍ତେ ଟେଣ୍ଡର ହୋଇଥିଲେ ସୁଦ୍ଧା ସିଙ୍ଗଲ ଟେଣ୍ଡର ହେଉଥିବାରୁ ବାତିଲ କରାଯାଉଥିବା ସୂଚନା ଦିଆଯାଇଥିଲା ।ବର୍ତମାନ କାର୍ଯରତ ସୁରକ୍ଷାକର୍ମି ଓ ଝାଡୁଦାରମାନେ ବକେୟା ଦରମା ପାଇ ନ ଥିବା ମଦ୍ୟ ଆଲୋଚନା କରାଯାଇ ତୁରନ୍ତ ସମାଧାନ କରାଯିବ ବୋଲି କୁହାଯାଇଥିବା ଜଣାପଡିଛି ।୩ମାସ ପରେ ପୁଣି କୋରାପୁଟ ସହୀଦ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରିବେ ବୋଲି ଜଣାପଡିଛି ।  ସମୀକ୍ଷା ବୈଠକରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୀତାରାମ ମହାପାତ୍ର , କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର , କୋରାପୁଟ ଏସପି ମୁକେଶ କୁମାର ଭାମୁ , ହସପିଟାଲ ଅଧିକ୍ଷକ ପ୍ରଫେସର ହରେକୃଷ୍ଣ ଦଳେଇ ,ଏଡିଏମ ଦେବେନ କୁମାର ପ୍ରଧାନ ,ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା , କୋରାପୁଟ ରାସ୍ତା ଓ କୋଠାବାଡି ଡିଭିଜନର ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ନନ୍ଦ ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁ. କୋରାପୁଟ ତହସିଲଦାର ନେହେରୁ ମାଝି ଓ କଲେଜର ଫ୍ରଫେସରମାନେ ଯୋଗଦେଇଥିଲେ । କୋରାପୁଟ ହସପିଟାଲର ଅପରିଛନ୍ନତାକୁ ନେଇ ଶ୍ରୀ ପାଣ୍ଡିଆନ ବିଗିଡିଯାଇଥିଲେ ।ହସପିଟାଲ ପରିଷ୍କାର ରଖିବାକୁ ନିର୍ଦ୍ଦେଶ ଦେବା ସହ ୫ ଟି ନୂତନ ଆମ୍ବୁଲାନ୍ସ , ୨ ଟି ଶବ ବୁହା ଗାଡି କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଥିଲେ ।ସମସ୍ତ ବିଭାଗର ରୋଗୀ ଗୋଟିଏ ଛାତତଳେ ଚିକିତ୍ସିତ ହେବା ନିମନ୍ତେ ୫୦୦ ଶଯ୍ୟାର ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।ରୋପଣ ନିମନ୍ତେ  ରେଡକ୍ରସରୁ ଅର୍ଥ ଆଣିବା ନିମନ୍ତେ ଅନେକ ଅସୁବିଧା ରୋଗୀମାନେ ବହନ କରୁଥିଲେ କିନ୍ତୁ ଏବେ ତାହା ସିଏମଆରଏଫରୁ ବହନ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । କୋରାପୁଟ ହସପିଟାଲରେ ୪୦ ଜଣ ଝାଡୁଦାର ଓ ୬୦ ଜଣ ସୁରକ୍ଷାକର୍ମି ନିୟୋଜିତ ହୋଇଥିବା  ଜଣାପଡିଛି ।କୋରାପୁଟ ହସପିଟାଲର ଭେଷଜ .ଚର୍ମ , ଅସ୍ଥିଶଲ୍ୟ ,ସର୍ଜରୀ , ଶିଶୁ , ସ୍ତ୍ରୀ ଓ ପ୍ରସୂତି , ଏନଆରସି , ଆରଡିସି ,ଚକ୍ଷୁ ଏବଂ ଇଏନଟି ବିଭାଗରେ  ୩ ଥର ସଫେଇ କରିବା ନିମନ୍ତେ ସର୍ବାଧିକ ୩୦ ଜଣ ଝାଡୁଦାର କାର୍ଯ୍ୟ କରିଥାନ୍ତି ।ଏତେ ଗୁଡାଏ ଓାର୍ଡ ଓ ଆଉଟଡୋରରେ ୩୦ ଜଣ ୩ ଥର ସଫେଇ କରିବା  ସମ୍ଭବ ନୁହେଁ ବୋଲି ଜଣାପଡିଛି ।ରୋଗୀ ସଂପର୍କିୟମାନଙ୍କ ସଚେତନ ଅଭାବରୁ ଲିଫ୍ଟରେ ହେଉ କିମ୍ବା ସିଡିରେ ରହିଥିବା ସ୍ଥାନରେ ପାନଛେପ ପକାଯାଉଥିବା ନଜର କରାଯାଇଛି ।କୋରାପୁଟ ସଦର ମହକୁମା ଡାକ୍ତରଖାନା ଥିବା ବେଳେ ରୋଗୀ ସଂଖ୍ୟା ଯେତିକି ଥିଲା ଏବେ ମେଡିକାଲ କଲେଜ ହେବାପରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସପିଟାଲ ଅପରିଷ୍କାର ରହୁଥିବା ଜଣାପଡିଛି ।ନିୟୋଜିତ ସୁରକ୍ଷାକର୍ମି ଓ ଝାଡୁଦାରମାନଙ୍କୁ ନିୟମିତ ପାରିଶ୍ରମିକ ମିଲୁ ନାହିଁ । ୨ମାସର ବକେୟା ଦରମା ଏ ପର୍ଯ୍ୟନ୍ତ ମିଲି ନାହିଁ ସେମାନେ କିପରି କାମ କରିବେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।ତେଣୁ ସରକାର କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନୂତନ ଭାବେ ଟେଣ୍ଡର କରାଯାଇ ସୁରକ୍ଷାକର୍ମି ଓ ଝାଡୁଦାର ନିଯୁକ୍ତ କରାଯାଉ ଏବଂ ଖାଲିଥିବା ପ୍ରଫେସର , ଆସୋସିଏଟ  ଓ ସହାୟକ ପଦବୀ ପୂରଣ କରିବାକୁ ଦାବି ହେଉଛି ।
ଅପାରହ୍ନରେ କୋରାପୁଟ ସଦର ମହକୁମା ଡାକ୍ତରଖାନା , ଜୟପୁରକୁ ଯାଇ ବିଭିନ୍ନ ଓାର୍ଡ ବୁଲି ରୋଗୀମାନଙ୍କୁ  ସ୍ୱାସ୍ଥ୍ୟସେବା ସଂପର୍କରେ  ୩ ଜଣ ସଚିବ ପଚାରି ବୁଝିଥିଲେ ।ସଦର ମହକୁମା ଡାକ୍ତରଖାନାର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ପରିଷ୍କାର ରହିଥିବାରୁ ଶ୍ରୀ ପାଣ୍ଡିଆନ ଖୁସି ପ୍ରକଟ କରିଥିଲେ ବୋଲି ଜଣାପଡିଛି ।ଡାକ୍ତର ଓ ଷ୍ଟାଫମାନଙ୍କ ନିମନ୍ତେ ନୂତନ ଗୃହ ଓ ହସପିଟାଲର ନୂତନ ଗୃହ ନିର୍ମାଣ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିବା ଜଣାପଡିଛି ।ସଚିବଙ୍କ ପରିଦର୍ଶନ ସମୟରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର , ସିଡିଏମଓ ଡାକ୍ତର ଦଧିବାମନ ତ୍ରୀପାଠୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ , ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରମୋଦ ସାମାନ୍ତରାୟ , ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ  ଓ ଭାରପ୍ରାପ୍ତ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।