Odiapua.com

କୋରାପୁଟ ଓକିଲ ସଂଘ ନିର୍ବାଚନରେ ଅଜିତ କୁମାର ପାତ୍ର ସଭାପତି ଓ ସୁନୀଲ କୁମାର ଜେନା ସଂପାଦକ ଭାବେ ନିର୍ବାଚିତ

କୋରାପୁଟ ୨୭-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଓକିଲ ସଂଘର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ସଭାପତି ଭାବେ  ଅଜିତ କୁମାର ପାତ୍ର ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ସୁନୀଲ କୁମାର ଜେନା ନିର୍ବାଚିତ ହୋଇଥିବା ନିର୍ବାଚନ  ଅଧିକାରୀ କମଳାକାନ୍ତ ଦାସ ସୂଚନା ଦେଇଛନ୍ତି ।ଉପସଭାପତି ଭାବେ ଉତମ ମିଶ୍ର ନିର୍ବାଚିତ ହୋଇଥିବା ବେଳେ  କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ନାୟକ ନିର୍ବାଚିତ ହୋଇଥିବା ସେ ପ୍ରକାଶ କରିଛନ୍ତି । କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ  ଅଶ୍ୱିନୀ କୁମାର ପଟନାୟକ ,ଦିଲିପ କୁମାର ମିଶ୍ର ,ପ୍ରଦୀପ କୁମାର ମହାନ୍ତି ,ସଂଜୟ କୁମାର ଝା ,ସନ୍ତୋଷ କୁମାର ରଥ ,ସସ୍ମିତାରାଣୀ ସାହୁ ,ଶେଷାଦ୍ରୀ ପାଣିଗ୍ରାହୀ ଓ ତାରିଣୀ ଚରଣ ପାତ୍ର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ସେ ସୂଚନା ଦେଇଛନ୍ତି ।ସିମାଞଳ ମିଶ୍ର ,କାମାକ୍ଷା ପ୍ରସାଦ ମାଝି ଓ ରମେଶ ଚନ୍ଦ୍ର ପ୍ରଧାନ ସହାୟକ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିବା ଜଣାପଡିଛି ।