Odiapua.com

କୋରାପୁଟ ଏସଓଜି ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ବୃକ୍ଷରୋପଣ

କୋରାପୁଟ ; ତା୧୨-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ)୭୦ ତମ ବନ ମହୋସôବ ସପ୍ତାହ ପାଳନ ଅବସରରେ କୋରାପୁଟସ୍ଥିତ ଏସଓଜି ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ବୃକ୍ଷରୋପଣ କରାଯାଇଅଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।କୋରାପୁଟ ବନଖଣ୍ଡ ଅଧିକାରୀ ପୂର୍ଣ୍ଣମା ପି ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିଦେ୍ର୍ଦଶକ ମହେଶ୍ୱର ଚନ୍ଦ୍ର ନାୟକ ,ଏସଓଜି ସହକାରୀ ଦୁର୍ଗପତି ଏନ.ପଳେଇ ଏବଂ ଏସଓଜି ପ୍ରଶିକ୍ଷଣ ଯବାନମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।ସହରାଂଚଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମୁଦାୟ ୮୦୦ ବୃକ୍ଷରୋପଣ କରାଯାଇଥିଲା ଯେଉଁଥିରେ ୧୦୦ ଟି ଚନ୍ଦନ ଚାରା ଥିବା ବେଳେ ଚଂପା , ୭୦୦ ଟି ରାଧାଚୁଡା ,ପାଟୁଳି ,ମହୀଶୂର କୁଇନ ,ସିଲଭରଓକ ଚାରା ରୋପଣ କରାଯାଇଥିଲା ।କୋରାପୁଟ ବନାଞଳ ଅଧିକାରୀ ସୁବାସ ଚନ୍ଦ୍ର ଖୁଟିଂଆ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।