Odiapua.com

କୋରାପୁଟ ଏସଏଲଏନ ଏମସିଏଚ ଲାବୋରେଟୋରୀ ଟେକ୍ନିସିଆନଙ୍କ କଳାବ୍ୟାଜ ପରିଧାନ

କୋରାପୁଟ ୦୧-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନମାନେ ଦାବି ପୂରଣନେଇ କଳାବ୍ୟାଜ ପରିଧାନ ନୀରବ ପ୍ରତିବାଦ କରିଥିବା ଜଣାପଡିଛି ।ରାଜ୍ୟ ସରକାର ଦୀର୍ଘଦିନର ଦାବିଗୁଡାକ ପ୍ରତି ଅଣଦେଖା କରୁଥିବାରୁ ଓଡିଶା ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନ ଆସୋସିଏସନ ,କୋରାପୁଟ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇ ଉଦବେଗ ପ୍ରକାଶ ପାଇଥିଲା ବୋଲି ସଭାପତି ସୁନିଲ କୁମାର ସୂଚନା ଦେଇଛନ୍ତି ।ରାଜ୍ୟ ସଂଘର ଡାକରାରେ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରାଯିବ ବୋଲି ସେ ସାମ୍ବାଦିକାମାନଙ୍କୁ ସୂଚନା ଦେଇଛନ୍ତି ।କଳାବ୍ୟାଜ ପରିଧାନ ସହିତ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଲାବ ଟେକ୍ନିସିଆନର ନାମ ପରିବର୍ତନ କରି ଲାବ ଟେକନୋଲୋଜିଷ୍ଟ କରିବା ,ଜୁନିୟର ଲାବ ଟେକ୍ନିସିଆନରୁ ସିନିୟର ଟିକ୍ନିସିଆନକୁ ପଦୋନ୍ନତି ବେଳେ ଚୁକ୍ତିଭିତିକ ସମୟ ୬ ବର୍ଷକୁ ବିଚାରକୁ ନେବା,ସମସ୍ତ ୩୦ ଜିଲ୍ଲା ଓ ସମସ୍ତ ନବନିର୍ମିତ ମେଡିକାଲ କଲେଜରେ ଟେକ୍ନିକାଲ ସୁପରଭାଇଜର ପଦବୀ ସୃଷ୍ଟି କରିବା , ଟେକ୍ନିକାଲ ସୁପରଭାଇଜର ପଦବୀ ନିମନ୍ତେ ରହିଥିବା ସର୍ତ ବ୍ଲଡ କପୋନେଂଟ ଟ୍ରେନିଂ ସମସ୍ତ ଟେକ୍ନିସିଆନମାନଙ୍କ ପର୍ଯ୍ୟାୟ ଭିତିରେ ପ୍ରଦାନ କରିବା ପ୍ରମୁଖ ଦାବି ରହିଥିବା ସେ ସୂଚନା ଦେଇଛନ୍ତି ।ଯଦି ରାଜ୍ୟ ସରକାର ଉକ୍ତ ଦାବିଗୁଡାକ ପୂରଣ ନ କରନ୍ତି ତେବେ ରାଜ୍ୟ ସଂଘ ଯାହା ନିଷ୍ପତି ନେବେ ତାହାକୁ କୋରାପୁଟ ଶାଖା ପାଳନ କରିବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଶାଖା ସଂପାଦକ ସୁମନ କୁମାର ସାହୁ ,ନୃସିଂହ ଚରଣ ପୁହାନ ,ଜ୍ୟୋତି ରଂଜନ ସାମାନ୍ତରାୟ ,ସିତାଂଶୁ ସେଖର ପଣ୍ଡା ,ସନ୍ତୋଷ କୁମାର ବାରିକ ,ରଞିତ କୁମାର ସାହୁ ,ବିନୟ ବଡନାୟକ,ଅମୁଲ୍ୟ ସାହୁ ,ନାରାୟଣ ପାଣିଗ୍ରାହୀ ,ଚନ୍ଦନ କୁମାର ମେହେର ,ସସ୍ମିତା ରାଉତ ,ଶୁଭସ୍ମିତା ପ୍ରୀୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।