Odiapua.com

କୋରାପୁଟ ଏସଏଲଏନ ଏମସିଏଚ  ବ୍ଲଡ ବ୍ୟାଙ୍କ କର୍ତୂପକ୍ଷ ଅସହଯୋଗ କରୁଥିବା ଅଭିଯୋଗ

କୋରାପୁଟ ୧୬-୦୬(ଓଡିଅ ପୁଅ/ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ବ୍ଲଡ ବ୍ୟାଙ୍କ କର୍ତୂପକ୍ଷ ଅସହଯୋଗ କରୁଥିବା ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମ କର୍ମକର୍ତା ଅଭିଯୋଗ କରିଛନ୍ତି ।ପ୍ରତିବର୍ଷ ବିଶ୍ୱ ରକ୍ତଦାତା ଦିବସରେ ଫୋରମ ତରଫରୁ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥାଏ । ଚଳିବ ବର୍ଷ ୧୪ ତାରିଖରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଫୋରମ ତରଫରୁ କୋରାପୁଟ ସହରର ଚନ୍ଦନ ପୋଖରୀ ,କଳାନିକେତନ ଓ ଟ୍ରାଫିକ ଛକରେ ରକ୍ତଦାନ ଶିବିର ଆୟୋଜନ କରିବା ନିମନ୍ତେ ବ୍ଲଡ ବ୍ୟାଙ୍କ କର୍ତୂପକ୍ଷଙ୍କୁ ଗତ ୧୨ ତାରିଖ ଦିନ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଗାଡି ଯୋଗାଇଦେବାକୁ ଚିଠି ମାଧ୍ୟମରେ ନିବେଦନ କରାଯାଇଥିଲା ।୨୦ ଜଣ ସ୍ୱେଛାସେବୀ ରକ୍ତଦାନ କରିବାକୁ ଆସିଥିଲେ କିନ୍ତୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡି ଓ ବ୍ଲଡ ବ୍ୟାଙ୍କ ଅଧିକାରୀ ଆସି ନ ଥିଲେ ବୋଲି ସଭାପତି ଜି.ସଂଜିବ କୁମାର ଅଭିଯୋଗ କରିଛନ୍ତି ।ଫୋରମ ତରଫରୁ କରୋନାର ପ୍ରଥମ ଲହରରେ ୨୫ ଟି ମୋବାଇଲ କ୍ୟାମ୍ପ କରାଯାଇ ୧୦୦୩ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ଏହି ଅସହଯୋଗର ବିଧିବତ ତଦନ୍ତ କରାଯିବା ସହ ରକ୍ତଦାନ ଶିବିରରେ କର୍ତୂପକ୍ଷ ସ୍ୱେଛାସେବୀ ସଂଗଠନ ସହ ଉତମ ସଂପର୍କ ରଖିବାକୁ   ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଦାବିପତ୍ରରେ ଦାବି କରାଯାଇଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ ।ଦାବିପତ୍ର ପ୍ରଦାନ ବେଳେ ଫୋରମର ଶେଖ ଇବ୍ରାହିମ ,  ରାଜେନ୍ଦ୍ର କୁମାର ସାହୁ ,ଚନ୍ଦ୍ରଶେଖର ରଥ ,ଡ.ଉମା ଶଙ୍କର ପ୍ରସାଦ ପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।