Odiapua.com

କୋରାପୁଟ ଆହାର କେନ୍ଦ୍ରରେ ଶୁଭାରମ୍ଭ ହେଲା ରାତ୍ରୀ ଭୋଜନ ବ୍ୟବସ୍ଥା

କୋରାପୁଟ ; ତା୩୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଆହାର କେନ୍ଦ୍ରଠାରେ ରାତ୍ରୀ ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନି , ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ ଓ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ପାଇଁ କାଳିଆ ଯୋଜନା ଓ ଆହାର କେନ୍ଦ୍ରରେ ରାତ୍ରୀ ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ କରିଥିବା ଉପସ୍ଥିତ ହିତାଧିକାରୀମାନଙ୍କୁ ସୂଚନା ଦେଇଥିଲେ ।ରାତ୍ରୀକାଳୀନ ଭୋଜନ ବ୍ୟବସ୍ଥା ରାଜ୍ୟ ସରକାର ଆରମ୍ଭ କରିଥିବାରୁ ପଟ୍ଟାଙ୍ଗୀ ବିଧାୟକ ଶ୍ରୀ ପାଙ୍ଗୀ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କୁ କୃତଜ୍ଞତା ଜଣେଇଥିଲେ ।କୋରାପୁଟ ପୈାରପରିଷଦର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏସ.ପଢିହାରୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।କୋରାପୁଟ ଆହାର କେନ୍ଦ୍ରରେ ଦିନବେଳା ୩୫୦ ଓ ରାତ୍ରିରେ ୨୫୦ ଜଣଙ୍କ ନିମନ୍ତେ ଭୋଜନ ବ୍ୟବସ୍ଥା କରାଯାଉଥିବା ନିର୍ବାହୀ ଅଧିକାରୀ ଶ୍ରୀ ପଟନାୟକ ସୂଚନା ଦେଇଥିଲେ ।ଅତିଥି ଓ ଅଧିକାରୀମାନେ ଶୁଭାରମ୍ଭ ପରେ ଭୋଜନ କରୁଥିବା ଦେଖିବାକୁ ମିଲିଥିଲା ।କୋରାପୁଟ ବିଜେଡି ନେତା ରଘୁରାମ ମାଛ , ଉକôଳ ରଂଜନ ନାୟକ , ଲଲାଟ ରଂଜନ ସେଠୀ , ତ୍ରୀନାଥ ପାତିକା , ବିମଳ କୁମାର ଗରଡା , ପୂର୍ବତନ କାଉନସିଲର ଦିଲିପ ରଥ ଓ ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।