Odiapua.com

କୋରାପୁଟ ଆଂଚଳିକ ଭ୍ୟାକ୍ସିନ ଷ୍ଟୋର ଆଇଏସଓ ମାନ୍ୟତା ପାଇଲା

କୋରାପୁଟ ୨୩-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଆଂଚଳିକ ଭ୍ୟାକ୍ସିନ ଷ୍ଟୋର ଆଇଏସଓ ମାନ୍ୟତା ପାଇଥିବା ଜଣାପଡିଛି ।ଆଇଏସଓ-୯୦୦୧:୨୦୧୫ ଗୁଣବତା ପ୍ରମାଣ ପତ୍ର କୋରାପୁଟ ଆଂଚଳିକ ଭ୍ୟାକ୍ସିନ ଷ୍ଟୋର ଗ୍ରହଣ କରିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।ଟୀକାକରଣର ସଠିକ ସଂରକ୍ଷଣ,ସଠିକ ଥଣ୍ଡା ଶୃଖଂଳା ,ଅନଲାଇନ ଇଭିଏନ ସଫ୍ଟେଓର ମାଧ୍ୟମରେ ଟୀକାକରଣ ଓ ଲଜିଷ୍ଟିକ୍ସର କଂପୁଟରୀକରଣ ରେକର୍ଡକୁ ବଜାଇ ରଖିବା ,କୋଭିଡ ଟୀକାକରଣର ପ୍ରଭାବଶୀଳ ଯୋଗାଣ ଓ ଶୃଖଂଳିତ ପରିଚାଳନା,ଭିଭୋ ଓ ଇଭୋ ଗାଇଡଲାଇନକୁ ଅନୁସରଣ କରି ଶୁନ୍ୟ ଅପଚୟକୁ ସୁନିଶ୍ଚିତ କରିବା ପ୍ରଭୃତି ନିମନ୍ତେ କୋରାପୁଟ ଆଂଚଳିକ ଭ୍ୟାକ୍ସିନ ଷ୍ଟୋର ଆଇଏସଓ ମାନ୍ୟତା ପାଇଥିବା ଜଣାପଡିଛି ।