Odiapua.com

             କୋରାପୁଟ ଅବକାରୀ ଓ ପୋଲିସ ବିଭାଗ ଦ୍ୱାରା ୨୪ ଲକ୍ଷ  ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,୧୮-୧୦(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ପାଡୁଆ ଅଂଚଳରୁ ଆନ୍ଧ୍ର ପ୍ରଦେଶକୁ  ଏପି-୩୧ଟିଏନ ୩୧୪୦  ନମ୍ବର ଥିବା ଏକ ଯାତ୍ରୀବାହି ଅଟୋରିକ୍ସାରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ  ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠିଙ୍କ ନିର୍ଦ୍ଦେଶରେ ଡିଏଫଏସ ଇନସପେକ୍ଟର ଦିଲୀପ ରଥ,ନନ୍ଦପୁର ଅବାକୀର ଓଆଇସି ତ୍ରିନାଥ ଚିନ୍ତାଡାଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଟୋକୁ ଧରିବାକୁ ଯୋଜନା କରାଯାଇଥିଲା । ପାଡୁଆ ଥାନା ବଡଦେବତା ମନ୍ଦିର ନିକଟରେ ଅଟୋରିକ୍ସାକୁ ଅଟକାଇ ଯାଂଚ କରିବା ବେଳକୁ ସେଥିରୁ ୧୪୦ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା । ଅବକାରୀ ଟିମ ଅଟୋ ଚାଳକ ବିଶାଖାପାଟଣା ଜିଲ୍ଲା ପେଦାବାଇଲୁ ଥାନା ସମପାଙ୍ଗିପୁଟ ଗ୍ରାମର  ପୂଜାରୀ ଗାଙ୍ଗାନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଶ୍ରୀ ରଥ ସୂଚନା ଦେଇଛନ୍ତି । ଚଢାଉରେ ଅବକାରୀ ଏଏସଆଇ ପ୍ରତିମା ବେହେରା,ଅରୋପଲକ ଦାଶ,ସଂଜୟ ପ୍ରଧାନ,କନେଷ୍ଟବଲ ଅମର ବିଷୋୟୀ,ତ୍ରିଲୋଚନ ରାୟଚେଟ୍ଟୀ,ଦେବେନ୍ଦ୍ର ଖରା,ପ୍ରଶାନ୍ତ ଗୌଡ,ଗୀତାଂଜଳୀ ଦଳପତି,ଆର ଭେଂକେଟ କୁମାର,ରାମଚନ୍ଦ୍ର ଗୌଡ ଓ ପ୍ରଶାନ୍ତ ନାୟକ ସାମିଲ ହୋଇଥିଲେ । ସେହିପରି  ରବିବାର  ବିଳମ୍ବିତ ରାତିରେ ମାଛକୁଣ୍ଡ ପୋଲିସ ଦ୍ୱାରା  କାଂଗ୍ରାପଡା ଜଙ୍ଗଲରୁ ଏକ କାର ସହ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା  ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ,ଏଚଆର-୫୧ ୱାଇ ୦୪୫୬  ନମ୍ବର ଥିବା ଏକ  ଗଞ୍ଜେଇ ଭରା କାର କାଂଗ୍ରାପଡା ଜଙ୍ଗଲରେ ଥିବା ସୂଚନା ମାଛକୁଣ୍ଡ ପୋଲିସକୁ ମିଳିଥିଲା । ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ ଲାକ୍ରାଙ୍କ ନିର୍ଦ୍ଦେଶରେ ଲମତାପୁଟ ଫାଣ୍ଡି ଅଧିକାରୀ  ଦିଲୀପ ପ୍ରଧାନ ଓ ଅନ୍ୟମାନେ କାଂଗ୍ରାପଡା ଜଙ୍ଗଲରେ ଚଢାଉ କରି  ଗଞ୍ଜେଇ ଭରା କାରକୁ ଜବତ କରିଥିଲେ ମଧ୍ୟ  ଘଟଣା ସ୍ଥଳରେ କାହାକୁ ପାଇ ନ ଥିଲେ । ପୋଲିସ ଚଢାଉ ସୂଚନା ପାଇ ଗଞ୍ଜେଇ  ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା  ସନ୍ଦେହ କରାଯାଉଛି । କାରରୁ ପୋଲିସ ୧୦୧ କିଲୋ ୩୦୦ ଗ୍ରାମ ଗଞ୍ଜେଇ  ଜବତ କରିଥିବାବେଳେ  ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଜବତ ଗଞ୍ଜେଇ  ମାଛକୁଣ୍ଡ ଅଂଚଳରୁ ଜୟପୁର ଛତିଶଗଡ ଦେଇ ଦିଲ୍ଲୀକୁ  ନିଆଯାଉଥିବା ପ୍ରାଥମିକ ତଦନ୍ତରୁ  ଜଣାପଡିଛି । ଏନଡିପିଏସ ଆକ୍ଟରେ  ମାଛକୁଣ୍ଡ ଥାନାରେ ଏକ ମାମଲା (କେସ ନଂ-୮୬/୨୦୨୧) ରୁଜୁ କରି ଥାନା ଅଧିକାରୀ  ପ୍ରଫୁଲ ଲାକ୍ରା  ତଦନ୍ତ କରୁଥିବା  ନନ୍ଦପୁର ଏସଡିପିଓ  ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।