Odiapua.com

କୋରାପୁଟ ଅବକାରୀ ବିଭାଗ ଦ୍ୱାରା ୧୮୫୦ ଲିଟର ପୋଚ ଓ ୬୫ ଲିଟର ଦେଶୀରନ୍ଧା ମଦ ଜବତ

କୋରାପୁଟ ୨୬-୦୭(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠିଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ତେଜରାଜ ଜାନୀଙ୍କ ନେତୃତ୍ୱରେ  ରବିବାର ଓ ସୋମବାର ବିଭିନ୍ନ ସ୍ଥାନରେ ଚଢାଉ କରା ଯାଇ ୧୮୫୦ ଲିଟର ପୋଚ ସହ ୬୫ ଲିଟର ଲିଟର  ଦେଶୀ ରନ୍ଧା ମଦ ଜବତ କରା ଯାଇଥିବାବେଳେ  ୨ଜଣକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଅବକାରୀ ଟିମ ପଣସପୁଟ ଓ ମୋହନପଡା ଗ୍ରାମରେ ଚଢାଉ କରି ୯୫୦  ଲିଟର ପୋଚ  ଓ ୪୦ ଲିଟର ଦେଶୀମଦ  ଜବତ କରି ନଷ୍ଟ କରିଥିବା ଶ୍ରୀ ଜାନୀ ସୂଚନା ଦେଇଛନ୍ତି । ସେହିପରି ଲମତାପୁଟର  ବିଭିନ୍ନ ସ୍ଥାନରେ ଚଢାଉ କରି ୯୦୦ ଲିଟର ପୋଚ  ନଷ୍ଟ କରା ଯାଇଥିବାବେଳେ  କୋରାପୁଟ ସଦର ଥାନା ବିଲାନସିଲ ଗ୍ରାମରେ ଚଢାଉ କରା ଯାଇ ୨୫ ଲିଟର ଦେଶୀମଦ ଜବତ କରା ଯିବା ସହ ଚୋରା ମଦ କାରବାରରେ ସମ୍ପୃକ୍ତ ସନ୍ତୋଷ କୁମାର ବିଷୋୟୀ ଓ ମୀନକେତନ ବିଷୋୟୀକୁ ଗିରଫ କରା ଯାଇଥିବା ଜଣାପଡିଛି । ଚଢାଉରେ  କୋରାପୁଟ ଇନସପେକ୍ଟର ଶ୍ରୀ ଜାନୀଙ୍କ ସହ ଡିଏଫଏସ ଇନସପେକ୍ଟର ବିଘ୍ନେଶ୍ୱର ବାଣୁଆ,ସବ-ଇନସପେକ୍ଟର ଖଗେଶ୍ୱର କୋଟା,କନେଷ୍ଟବଲ ତ୍ରିଲୋଚନ ରାଇଚେଟ୍ଟୀ,ଆର.ଭେଂକେଟଶ୍ୱର ରାଓ ଓ ଅନ୍ୟମାନେ ସାମିଲ ହୋଇଥିଲେ ।