Odiapua.com

କୋରାପୁଟ ଅବକାରୀ ବିଭାଗର ୪୧୧ ସ୍ଥାନରେ ଚଢାଉ ; ୯୫ ଗିରଫ

କୋରାପୁଟ ୦୮-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ)ସାଧାରଣ ନିର୍ବାଚନ ଦୃଷ୍ଟିରୁ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଗତ ୧୦ ତାରିଖରୁ ଆଜି ପର୍ଯ୍ୟନ୍ତ କୋରାପୁଟ, ଲକ୍ଷ୍ମିପୁର, ଜୟପୁର, କୋଟପାଡ ଓ ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀର ୪୧୧ ଟି ସ୍ଥାନରେ ଚଢାଉ କରି ୯୫ ଜଣଙ୍କୁ ଗିରଫ କରି ଆଇଡିଏଲ ୨୬୪୯, ଆଇଏମଏଫଏଲ ୩୩.୨, ବିଅର ୧୩୨ .୭୫ ଲିଟର ଜବତ କରିଥିବା ବେଳେ ୪୮୫୦୦ ଲିଟର ପୋଚ ନଷ୍ଟ କରିଥିଲେ ବୋଲି ଅବକାରି ଅଧିକ୍ଷକ ସୁବାସ ପ୍ରଧାନ ସୂଚନା ଦେଇଛନ୍ତି।ଆସନ୍ତାକାଲିଠାରୁ ସମସ୍ତ ମଦ ଦୋକାନ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସେ ପ୍ରକାଶ କରିଥିଲେ।