Odiapua.com

କୋରାପୁଟର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ଵାଧୀନତା ଦିବସ ପାଳିତ

କୋରାପୁଟ ୧୫-୦୮(ଓଡିଆ ପୁଅ/ ରଞ୍ଜନ ଦାସ)କୋରାପୁଟ ସଦର ମହକୁମାରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଫିସ ପରିସରରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଓ ରାଜେନ୍ଦ୍ର ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି, ଜିଲ୍ଲା ଜରୁରୀକାଳିନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।ବିଜୁ ପାଠାଗାରରେ ଜିଲ୍ଲା ବିଜେଡି ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।କୋରାପୁଟ ବିଧାୟକ ରଘୁରାମ ପଡାଲ, ନଗର ବିଜେଡି ସଭାପତି ସୁରେଶ ପଟ୍ଟନାୟକ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଓ ଅନ୍ୟ ବିଜେଡି ନେତାମାନେ ଉପସ୍ଥିତ ଥିଲେ।କୋରାପୁଟ ମ୍ୟୁନସିପାଲଟି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ଶ୍ରୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପୌର ପରିଷଦର ବିଭିନ୍ନ ୱାର୍ଡରେ ସ୍ୱାଧୀନତା ଦିବସ ଅବସରରେ ଶ୍ରୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାଜର୍ଶି ୱାକର୍ସ କ୍ଲବ ସଭାପତି ଜଗନ ମୋହନ ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସଭ୍ୟ ବିଜୟ କୁମାର ପଟ୍ଟନାୟକ, ଲଲିତ ମୋହନ ପଟ୍ଟନାୟକ, ଅକ୍ରୁର ଚରଣ ବାରିକ, ମୋହନ ହନ୍ତାଲ ଓ ୱାକର୍ସ ଇଣ୍ଟରନେସନାଲ କ୍ୟାବିନେଟ ମେମ୍ବର ସ୍ନେହଲତା ସାହୁ ପ୍ରମୁଖ ଉପସ୍ଥିତ।କୋରାପୁଟ ପ୍ରେସକ୍ଲବ ପରିସରରେ ଆୟୋଜିତ ଉତ୍ସବରେ ସଭାପତି ଭବାନୀ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମହଦେଇପୁଟ ପଞ୍ଚାୟତ ଅନ୍ତର୍ଗତ ବାଡାମପୁଟଠାରେ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ବିଲାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଂପାଦକ ଲଲିତ ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଗ୍ରାମ ମୁଖିଆ କମଲ ଲୋଚନ ମାଛ, ଦେବେନ୍ଦ୍ର ଗୋଲାରୀ ଦେବସେନା ନାୟକ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।