Odiapua.com

କୋରାପୁଟର ପୂର୍ବତନ ବିଧାୟକଙ୍କ ସମର୍ଥନରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି କର୍ମି ସମ୍ମିଳନୀ କଲେ

କୋରାପୁଟ ; ତା୨୦-୧୧-୧୮(ଓଡିଆପୁଅ/ରଂଜନ କୁମାରଦାସ)କୋରାପୁଟର ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ପଦବୀରୁ ଇସ୍ତାଫା ଦେବା ପରେ ଆଜି କୋରାପୁଟରେ ପହଂଚିବା ପରେ କଂଗ୍ରେସକର୍ମିମାନେ ସ୍ୱାଗତ କରିଥିବା ଦେଖାଦେଇଥିଲା ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପୁକ ତୁରୁକଙ୍କ ଆହ୍ୱାନରେ ଏକ କଂଗ୍ରେସ କର୍ମି ସମ୍ମେଳନୀ ହୋଇଥିଲା ।ପୂର୍ବତନ ବିଧାୟକ ଶ୍ରୀ ସଗରିଆଙ୍କ ବାସଭବନରେ ଆୟୋଜିତ ସଭାରେ ଦଳିତ ସଂପ୍ରଦାୟକୁ ଜାଗୃତି କରିବା ଉଦେଶ୍ୟରେ ଶ୍ରୀ ସଗରିଆ ଇସ୍ତାଫା ଦେଇଥିବାରୁ ସେ ଏହାକୁ ସମର୍ଥନ କରିଥିଲେ ଓ ଗାଁରେ ଗାଁରେ ଏହି ବାର୍ତା ପହଂଚେଇବାକୁ ଉପସ୍ଥିତି ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ ।କୁନ୍ଦୁଲି ପିଡିତାଙ୍କୁ ରାଜ୍ୟ ସରକାର ନ୍ୟାୟ ନ ଦେବାରୁ ଇସ୍ତାଫା ଦେଇଥିଲି ବୋଲି କୋରାପୁଟ ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ଆସିଥିବା କର୍ମିମାନଙ୍କୁ ପୂର୍ବତନ ବିଧାୟକ ଶ୍ରୀ ସଗରିଆ ଉଦବୋଧନ ଦେଇଥିଲେ ।ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସଂପ୍ରଦାୟର ଲୋକମାନଙ୍କୁ ନ୍ୟାୟ ଦେବା ନିମନ୍ତେ ସେ କାର୍ଯ୍ୟ କରିବେ ଓ ଏଥିରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ସେ ଗାଁ ଗାଁ କୁ ଯାଇ କଂଗ୍ରେସଦଳର କର୍ମିମାନଙ୍କ ସହ ଯୋଗାଯୋଗ କରି ଦଳକୁ ସୁଦୃଢ କରିବେ ବୋଲି ପ୍ରକାଶ କରିଥିଲେ ।କୋରାପୁଟ , ଲମତାପୁଟ ଓ ବୈପାରୀଗୁଡା ବ୍ଲକର ଯୁବ କଂଗ୍ରେସ କର୍ମିମାନେ ଯୋଗଦେଇଥିଲେ ।କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ କାଉନସିଲର ବିଜୟ କୁମାର ରାଓ ଓ ନଗର କଂଗ୍ରେସ କମିଟି ସଭାପତି ଭବାନୀ ଶଙ୍କର ମିଶ୍ରଙ୍କୁ ସଭାରେ ଦେଖିବାକୁ ମିଲିଥିବା ବେଳେ ଅନ୍ୟ ନେତାମାନେ ବୈଠକରେ ଅନୁପସ୍ଥିତ ରହିଥିବା ନଜର କରାଯାଇଥିଲା ।ବିଧାୟକଙ୍କ ଇସ୍ତାଫା ପରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ କିଏ ଦାୟିତ୍ୱ ନେବ ତାହା ଏବେ ଜିଲ୍ଲା କଂଗ୍ରେସକୁ ଚିନ୍ତାରେ ପକେଇଥିବା ଜଣାପଡିଛି ।ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ସଂଗଠନ ସୁଦୃଢ କରିବା ନିମନ୍ତେ କାର୍ଯ୍ୟ କରିବେ ବୋଲି ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପୁକ ତୁରୁକ ପ୍ରକାଶ କରିଥିଲେ ।