Odiapua.com

କୋରାପୁଟରେ ସାପ୍ତାହିକ ମିଳିତ ଅଭିଯୋଗ ଶୁଣାଣୀ

କୋରାପୁଟ ୧୬-୦୮(ଓଡିଆ ପୁଅ/ରଞ୍ଜନ ଦାସ)ସ୍ଥାନୀୟ ଡିଏନକେ ସଦଭାବନା ସଭାଗୃହଠାରେ ସାପ୍ତାହିକ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଓ ଏସପି ବରୁଣ ଗୁଣ୍ଠାପାଲିଙ୍କ ଉପସ୍ଥିତିରେ ସମୁଦାୟ ୧୧ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା। କୋରାପୁଟ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମାଝୀ, କୋରାପୁଟ ଉପ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ, କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ, କୋରାପୁଟ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କରୁଣା ସାଗର ବେହେରା, ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର, କୋରାପୁଟ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ, ଗ୍ରାମ୍ୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜଯପୁର କୁମ୍ଭାରିପୁଟ ଅଞ୍ଚଳର ନନ୍ଦ ଅଦିବାସିଙ୍କ ସ୍ବାସ୍ଥ୍ୟ ଚିକିତ୍ସା ନିମନ୍ତେ ୫ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ପ୍ରକାଶ କରିଛନ୍ତି।