Odiapua.com

କୋରାପୁଟରେ ସହୀଦ ଲକ୍ଷ୍ଣଣ ନାୟକଙ୍କ ତିରୋଧାନ ଦିବସ ପାଳିତ

କୋରାପୁଟ ୨୯-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସଦର ମହକୁମାରେ ସହୀଦ ଲକ୍ଷ୍ଣଣ ନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର , କୋରାପୁଟ ବିଧାୟକ ରଘୁରାମ ପଡାଲ ,ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ,ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ପ୍ରମୁଖ ଅତିଥିଭାବେ ଯୋଗଦେଇ ବସଷ୍ଟାଣ୍ଡରେ ସ୍ଥାପିତ ସହୀଦଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।କୋରାପୁଟ ଓକିଲ ସଂଘର  ନିର୍ବାଚିତ ସଭାପତି ଅଜିତ କୁମାର ପାତ୍ର  , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ,କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ , କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଭବାନୀ ଶଙ୍କର ମିଶ୍ର ,ଜିଲ୍ଲା ସ୍ମାରକୀ କମିଟିର ସଦସ୍ୟ ଅରୁଣ କୁମାର ଦାଶ ,ପୂର୍ବତନ ପୈାରାଧ୍ୟକ୍ଷ ଭଗବାନ ବାହିନିପତି , କଂଗ୍ରେସ ନେତା ରୁପକ ତୁରୁକ , ମନୋଜ ଆଚାର୍ଯ୍ୟ , ରମେଶ ବାଖ୍ୟା ,ବାବୁଲା ବେନିଆ ,ନଗର ବିଜେଡି ସଭାପତି ସୁରେଶ ପଟନାୟକ ,କୋରାପୁଟ ଜିଲ୍ଲା ଆଦିବାସୀ ମଂଚ ,ଡ .ବିଆର ଆମ୍ବେଦକର ସୋସାଇଟି ଓ କୋରାପୁଟ ବିକାଶ ମଂଚର ସଦସ୍ୟମାନେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଯୋଗଦେଇ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ , ଏ.କେ. ବେହେରା ଓ ସନ୍ତୋଷ କୁମାର ସେଠୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।
କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସହୀଦ ଲକ୍ଷ୍ଣଣ ନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି ।କଲେଜ ପରିସରରେ ସ୍ଥାପିତ ସହୀଦଙ୍କ ପ୍ରତିମୂର୍ତିରେ ହସପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର , ମାଇକ୍ରୋବାଇଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଶାନ୍ତ ସାହୁ  ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।