Odiapua.com

କୋରାପୁଟରେ ସପ୍ତାହବ୍ୟାପୀ ଆଜାଦୀ କି ଅମୃତ ଉତ୍ସବ ପାଳନ କରାଯିବ

କୋରାପୁଟ ୦୭-୦୮(ଓଡିଆ ପୁଅ /ରଂଜନ ଦାସ)ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କୋରାପୁଟଠାରେ  ଚଳିତ ମାସ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆଜାଦୀ କି ଅମୃତ ଉତ୍ସବ ପାଳନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି ।କୋରାପୁଟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଗ୍ରନ୍ଥାଗାରରେ ସ୍ୱାଧୀନତା ଆନ୍ଦୋଳନ ଉପରେ ଆଧାରିତ ପୁସ୍ତକ,ପୋଷ୍ଟର,ଫୋଟଚିତ୍ର ପ୍ରଦର୍ଶିତ ହେବ ।କୋରାପୁଟ ଜିଲ୍ଲାର ସମସ୍ତ ଜନସାଧାରଣ ଏହି ଦିନଗୁଡିକୁ ଅତି ଆଗ୍ରହ ସହିତ ପାଳନ କରିବାକୁ   ନିବେଦନ କରାଯାଇଛି ।