Odiapua.com

କୋରାପୁଟରେ ମେହେର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

କୋରାପୁଟ ୨୨-୦୮(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଅତିଥିଭବନ ସଭାଗୃହଠାରେ ସତା ସାହିତ୍ୟ ସଂସଦ ଆନୁକୁଲ୍ୟରେ ମେହେର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି ।ସତା ସାହିତ୍ୟ ସଂସଦର ସଭାପତି ଜଳଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧ୍ୟାପକ ଡ.ଜଗବନ୍ଧୁ ସାମଲ ଯେଗାଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ପରମ୍ପରା ଅନୁଯାୟୀ ଉପସ୍ଥିତି ସମସ୍ତଙ୍କୁ ରାକ୍ଷି ବନ୍ଧନ କରାଯିବା ସହ ମିଷ୍ଟାନ ବଂଟନ କରାଯାଇଥିଲା ।କବି ଜଳଧର ସ୍ୱାଇଁଙ୍କ ଦ୍ୱାରା ଲିଖିତ କବିତା ପୁସ୍ତକ ଶଦ୍ଦ ଶର୍ବରୀ ମୁଖ୍ୟ ଅତିଥି ଡ .ସାମଲଙ୍କ ଦ୍ୱାରା ଉନ୍ନୋଚନ କରାଯାଇଥିଲା । ସଂସଦର ସଂପାଦକ ଜୟନ୍ତ କୁମାର ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଉତ୍ସବରେ ଲକ୍ଷ୍ଣୀକାନ୍ତ ପାଢୀ ମୁଖ୍ୟବକ୍ତାଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଉମାକାନ୍ତ ଦାଶ ଓ ନାରାୟଣ ପଣ୍ଡା ସମ୍ମନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଏହି ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।ଶେଷରେ ସୈାମେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁଧାଂଶୁ ପଟନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।