Odiapua.com

କୋରାପୁଟରେ ମଧୁବାବୁ ଜୟନ୍ତୀ

କୋରାପୁଟ ୨୮-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ପ୍ରଶାସନ ଓ ସ୍ମାରକୀ କମିଟିର ମିଳିତ ଆନୁକୁଲ୍ୟରେ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କଳାନିକେତନ ଛକ ନିକଟରେ ଅବସ୍ଥାପିତ ମଧୁବାବୁଙ୍କ ପ୍ରତିମୂତ୍ତିରେ କୋରାପୁଟ ତହସିଲଦାର ନେହେରୁ ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ଜିଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା, ଶିକ୍ଷକ ନରସିଂହ ଦାସ, ଅଧ୍ୟାପକ ରବି ଶତପଥି, ସ୍ୱାରକୀ କମିଟିର ସଦସ୍ୟ ଅରୁଣ କୁମାର ଦାଶ, ସାମ୍ବାଦିକ ରଂଜନ କୁମାର ଦାସ, ସିଏଚ.ସାନ୍ତାକାର, ଅମିତାଭ ବେହେରା ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ଅଲିଭା କୁମାର ବେହେରା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି କୋରାପୁଟ ବାର ଆସୋସିଏସନ ତରଫରୁ ମଧୂବାବୁ ଜୟନ୍ତୀ ପାଳନ କରିଥିଲେ।