Odiapua.com

କୋରାପୁଟରେ ଭିନ୍ନକ୍ଷମମାନଙ୍କ ଅଧିକାର,ଅଧିନିୟମ ଓ ବିଭିନ୍ନ ଯୋଜନା ସଂପର୍କରେ ସଚେତନତା ଶିବିର

କୋରାପୁଟ ୦୬-୦୧(ଓଡିଆ ପୁଅ/ରଂଜନ ଦାସ)ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ,ଅଧିନିୟମ-୨୦୧୬ ଓ ବିଭିନ୍ନ ଯୋଜନା ସଂପର୍କରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ଶିବିରରେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭିନ୍ନକ୍ଷମତାକୁ  ଦୂରୀଭୁତ କାରିବାକୁ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି ।ଓଡିଶା ରାଜ୍ୟରେ ଜନ୍ମରୁ ପେନସନ ଦିଆଯାଉଥିବା ସେ ପ୍ରକାଶ କରିବା ସହ ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ଭିନ୍ନକ୍ଷମ କିପରି ମୁଖ୍ୟସ୍ରୋତରେ ସାମିଲ ହୋଇ ସେମାନଙ୍କର ଅଧିକାର ପାଇପାରିବେ ସେଥିପ୍ରତି ମଧ୍ୟ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଜଳ ମହାପାତ୍ର ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ ,ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭୀମ ସାହୁ , ଏଡିପିଏଚଓ(ପରିବାର କଲ୍ୟାଣ) ଡାକ୍ତର ନୀଳମାଧବ ଶତପଥି ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।କୋରାପୁଟ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦିଲିପ କୁମାର ହିଆଲ ,ଜୟପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ , ସମସ୍ତ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ ଶିବିରରେ ଯୋଗଦେଇଥିଲେ ।