Odiapua.com

କୋରାପୁଟରେ ବି.ଆର.ଆମ୍ବେଦକରଙ୍କ ନୂତନ ପ୍ରତିମୂର୍ତି ଉନ୍ନୋଚିତ

କୋରାପୁଟ ୦୬-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ସହରସ୍ଥିତ ଆମ୍ବେଦକର ପାର୍କର ଉନ୍ନତିକରଣ ଓ ନୂତନ ପ୍ରତିମୂର୍ତି କୋରାପୁଟ ମ୍ୟୁନସିପାଲଟି ଆନୁକୁଲ୍ୟରେ ସ୍ଥାପିତ କରାଯାଇଛି ।ଆଜି ବି.ଆର.ଆମ୍ବେଦକରଙ୍କ ସ୍ଥାପିତ ନୂତନ ପ୍ରତିମୂର୍ତି ଉନ୍ନୋଚିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ପଡାଲ  ଓ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରହୀ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତି ଉନ୍ନୋଚନ କରିଥିବା ବେଳେ ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ,ପୂର୍ବତନ ବିଧାୟକ ନିମାଇଁ ସରକାର , କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ରାଜେନ୍ଦ୍ର ମାଝି,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ,କଂଗ୍ରେସ ନେତା ରୂପକ ତୁରୁକ ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ,କନିଷ୍ଠ ଯନ୍ତ୍ରୀ ନର୍ମଦା ସାହୁ ,ରମେଶ ବାଖ୍ୟା ,ରମେଶ ଖରା,ମଦନ କିରସାନି, ଉନ୍ନୋଚନ କରିଥିଲେ ।