Odiapua.com

କୋରାପୁଟରେ ବିଜେଡିର ଜିଲ୍ଲାସ୍ତୟରୀୟ ପ୍ରସ୍ତୁତି ବୈଠକ ରେ ନିର୍ବାଚନ ନିମନ୍ତେ ରଣନିତି ପ୍ରସ୍ତୁତ କରାଯିବ !

କୋରାପୁଟ ; ତା୧୫-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଆସନ୍ତାକାଲି କୋରାପୁଟଠାରେ ବିଜେଡିର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜନ କରାଯିବ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲା ବିଜେଡି ସଭାପତି ଭାବେ ଇଂ ଇଶ୍ୱର ପାଣିଗ୍ରାହୀ ଦାୟିତ୍ୱ ସମ୍ଭାଳିବା ପରେ ଏହା ପ୍ରଥମ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହେବ ବୋଲି ଜଣାପଡିଛି ।ଏହି ବୈଠକରେ ଜିଲ୍ଲା ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଟି ବିଧାନସଭା କ୍ଷେତ୍ରରେ କଂଗ୍ରେସ ବିଧାୟକ ରହିଥିବା ବେଳେ ଗୋଟିଏ ବିଧାନସଭା କ୍ଷେତ୍ରରେ ବିଜେଡି ବିଧାୟକ ରହିଛନ୍ତି ।କୋରାପୁଟ ଲୋକସଭା କ୍ଷେତ୍ରରେ ବିଜେଡି ସାସଂଦ ରହିଛନ୍ତି ।ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ୩ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।ସମସ୍ତ ଦଳ ଏବେ ବୁଥ ଉପରେ ଜୋର ଦେଉଥିବା ଜଣାପଡିଛି ।ବ୍ଲକ ସ୍ତରରେ ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତ କରି କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟ ବୁଥ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରି ସରକାରଙ୍କ ବିଫଳତାକୁ ଭୋଟରଙ୍କ ପାଖରେ ପହଂଚୁଉଛନ୍ତି ।କଂଗ୍ରେସ ଓ ବିଜେଡି ରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଜିଲ୍ଲାରେ ବିଜେପିର ସାଂଗଠନିକ ସ୍ଥିତି ଦୁର୍ବଳ ଥିବା ଆଲୋଚ୍ୟର ବିଷୟ ହୋଇପଡିଛି ।ବିଧାୟକ ପଦବୀ ପାଇବାକୁ ବିଜେଡିରେ ପ୍ରାର୍ଥୀ ତାଲିକା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଏଥିରେ ଅନେକ ଯୁବକ ଆଶାୟୀ ହୋଇ ବିଜେଡିର ଯେ କୈାଣସି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେମାନଙ୍କ ନାମକୁ ଗଣମାଧ୍ୟମରେ ରଖିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି ।ରାଜ୍ୟ ସରକାରଙ୍କ ଉପରେ ଚାରା ଘୋଟାଲା ଦୁର୍ନିତି ଆଣିଥିବା ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ଏହାର ପ୍ରଭାବ କୋରାପୁଟ ଜିଲ୍ଲା ବିଜେଡି ଉପରେ ପଡିବ କି ନାହିଁ ତାହା ଉପରେ ମଧ୍ୟ ଆସନ୍ତାକାଲି ହେଉଥିବା ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇପାରେ ବୋଲି ଜଣାପଡିଛି ।ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଦୁର୍ନିତିକୁ ନେଇ ଭୋଟରଙ୍କ ପାଖରେ ଉପସ୍ଥାପନା କରିବାକୁ ରଣନିତି ପ୍ରସ୍ତୁତି କରିସାରିଥିବା ବେଳେ ଏହା ଉପରେ ମଧ୍ୟ ବୈଠକରେ ରଣନିତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ବିଜେଡିରୁ ବହିଷ୍କୃତ ତଥା ବିଜେପିର ଯୋଗଦାନ କରିଥିବା ଜିଲ୍ଲାର ଆଦିବାସୀ ନେତା ଜୟରାମ ପାଙ୍ଗୀଙ୍କ ପ୍ରଭାବ ଏବେ ବି ଜିଲ୍ଲାରେ ରହିଥିବା ବେଳେ ତାଙ୍କର ପ୍ରଭାବକୁ କିପରି ହ୍ରାସ କରାଯାଇ ବିଜେଡିର ସ୍ଥିତିକୁ ପୂର୍ବଭଳି ମଜବୁତ କରାଯିବ ସେଥି ନିମନ୍ତେ ରଣନିତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ତେବେ ଏହିସବୁ ପ୍ରସ୍ତୁତି ବେଳେ ବିଜେଡିରେ ରହିଥିବା ଗୋଷ୍ଠୀ କନ୍ଦଳ ପଦାକୁ ଆସିବ କି ନାହିଁ ବୋଲି ସହରରେ ଚର୍ଚ୍ଚାର ବିଷୟ ପାଲିଟିଛି ।