Odiapua.com

କୋରାପୁଟରେ ନିର୍ବାଚନ ଉଷ୍ଣୁତା ବୃଦ୍ଧି: ବିଜେଡି ପ୍ରାର୍ଥି ରୋଡସୋରେ ଭୋଟ ନିବେଦନ କରୁଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥି ଚାଲି ଚାଲି ଭୋଟରଙ୍କୁ ଭୋଟ ନିବେଦନ

କୋରାପୁଟ ୩୧-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ବେଳେ କୋରାପୁଟ ସହରରେ ନିର୍ବାଚନ ଉଷ୍ଣୁତା ବୃଦ୍ଧି ପାଉଥିବା ନଜର କରାଯାଇଥିଲା।କୋରାପୁଟ ବିଧାନସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରିକୋଣିଆ ପ୍ରତିଦ୍ୱନ୍ଦିତା ହେବ ବୋଲି ଜଣାପଡିଛି।ଗତଦିନରେ କୋରାପୁଟର ବିଧାୟକ ଥିବା ରଘୁରାମ ପଡାଲ, ବିଜେପିର ନୂଆଁ ମୁହଁ ତଥା ସ୍ଥାନୀୟ ଶିକ୍ଷିତ ଯୁବକ ତ୍ରୀପୁରାରୀ ଗରଡା ଓ କଂଗ୍ରେସର ନୂଆଁ ମୁହଁ କୃଷ୍ଣଚନ୍ଦ୍ର କୁଲଦୀପ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ବୋଲି ସ୍ପଷ୍ଟ ହୋଇଯାଇଛି।ସେହିପରି କୋରାପୁଟ ଲୋକସଭା ଆସନରେ ତ୍ରୀମୁଖୀ ପ୍ରତିଯୋଗିତା ହେବ। କୋରାପୁଟ ସାଂସଦ ଝିନ୍ନ ହିକକାଙ୍କୁ ବିଜେଡି ଟିକେଟ ନ ଦେଇ ତାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ଟିକେଟ ଦେଇଥିବାରୁ ସେ ରାଜନୀତିରେ ନୂତନ ଭାବରେ ମଇଦାନକୁ ପ୍ରବେଶ କରିଛନ୍ତି।ସେହିପରି କଂଗ୍ରେସ ଦଳର ପ୍ରାର୍ଥୀ ସପ୍ତଗିରି ଉଲକା ମଧ୍ୟ ରାଜନୀତିରେ ନୂତନ ଭାବରେ ପ୍ରବେଶ କରିଛନ୍ତି। ବିଜେପି ଦଳ ତରଫରୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।

କୋରାପୁଟ ଲୋକସଭା ଆସନର ବିଜେଡି ପ୍ରାର୍ଥିନୀ କୌଶଲ୍ୟା ହିକକା ଓ କୋରାପୁଟ ବିଧାନସଭା ଆସନର ବିଜେଡି ପ୍ରାର୍ଥି ରଘୁରାମ ପଡାଲ ଆଜି ବାଟ ମଙ୍ଗଳା ମନ୍ଦିର ନିକଟରେ ମଟରସାଇକେଲ ଶୋଭାଯାତ୍ରା ମାଧ୍ୟମରେ ଗାଡି ଉପରେ ଠିଆହୋଇ ହାତ ଯୋଡି ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କରୁଥିବା ନଜର କରାଯାଇଥିଲା।ଏହି ଶୋଭାଯାତ୍ରାରେ କୋରାପୁଟ ସାଂସଦ ଝିନ୍ନ ହିକକା, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ଶିବ ପଟ୍ଟନାୟକ, କୋରାପୁଟ ବିଜେଡି ମହିଳା ଉପସଭାନେତ୍ରୀ ରୀତା ପାଣିଗ୍ରାହୀ, ପ୍ରକାଶ ମହାନ୍ତି ଗାଡି ଉପରେ ରହି ହାତଯୋଡି ଭୋଟ ନିବେଦନ କରୁଥିବା ନଜର କରାଯାଇଥିଲା। କୋରାପୁଟ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର କୁଲଦୀପ କୋରାପୁଟ ସହରର ବିଭିନ୍ନ ୱାର୍ଡରେ ଚାଲି ଚାଲି ଭୋଟରଙ୍କ ସହ ମିଶି ଭୋଟ ନିବେଦନ କରୁଥିବା ନଜର କରାଯାଇଥିଲା। କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି, କୋରାପୁଟ କଂଗ୍ରେସ କମିଟିର ଉପସଭାପତି ବାବୁଲା ବେନିଆ, କୋରାପୁଟ ନଗର କଂଗ୍ରେସ କଂଗ୍ରେସ କମିଟି ସଭାପତି ଭବାନୀ ଶଙ୍କର ମିଶ୍ର, କୋରାପୁଟ ବ୍ଲକ ଅଧ୍ୟକ୍ଷ ନମିତା ମାଝି ଓ ଅସଂଖ୍ୟ ମହିଳା ସାମିଲ ହୋଇଥିଲେ। କୋରାପୁଟ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ତ୍ରୀପୁରାରୀ ଗରଡା ନିଜ ସମର୍ଥକମାନଙ୍କୁ ସାଥିରେ ନେଇ ବିଭିନ୍ନ ଓାର୍ଡକୁ ଚାଲି ଚାଲି ଯାଇ ଭୋଟରଙ୍କ ସହ ମିଶି ଏଥର ପରିବର୍ତ୍ତନ କରିବାକୁ ନିବେଦନ କରିଥିଲେ। ୧୯ ବର୍ଷ ବିଜେଡି ଶାସନରେ କେବଳ ଦୁର୍ନିତି ଓ ହୋଇଛି ବୋଲି ସେ ଅଭିଯୋଗ କରିବା ସହ ବିକାଶ ବହୁତ ପଛରେ ପଡିଯାଇଛି। କୋରାପୁଟରେ ବେକାର ଯୁବକ/ଯୁବତୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର କେବଳ ପ୍ରଚାର କରି ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ କହିବା ସହ ବହୁତ ବର୍ଷ ପରେ କୋରାପୁଟ ସହରର ଜଣେ ଯୁବକକୁ ଅର୍ଥାତ ତାଙ୍କୁ ବିଜେପି ଦଳ ଟିକେଟ ଦେଇଥିବାରୁ ସେ ବିଜେପି ନେତୃବୃନ୍ଦଙ୍କୁ ଧନ୍ୟବାଦ ଦେଇଥିଲେ। ନିଶ୍ଚିତ ଭାବେ ଚଳିତ ନିର୍ବାଚନରେ ପରିବର୍ତ୍ତନ ହେବ ବୋଲି ସେ ଆଶାବାଦୀ ରହିଥିବା ପ୍ରକାଶ କରିଥିଲେ। ବିଜେଡି ଦଳ ପ୍ରାର୍ଥି ଭୋଟରଙ୍କ ନିକଟକୁ ନ ଆସି ରୋଡ ସୋ ମାଧ୍ୟମରେ ଭୋଟ ନିବେଦନ କେତଦୂର ଭୋଟରେ ପରିଣତ ହେବ ତାହା ସମୟ ହିଁ କହିବ ବୋଲି ରାଜନୀତି ବିଶାରଦ ମାନେ ମତବ୍ୟକ୍ତ କରିଛନ୍ତି।