Odiapua.com

କୋରାପୁଟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଲା

କୋରାପୁଟ ୨୬-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଦୀର୍ଘଦିନ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛି ।କେଉଁଠି ଇଂଟରନେଟ ତ କାହାର ସ୍ମାର୍ଟ ଫୋନ ନ ଥିବାରୁ ଅନଲାଇନ ପାଠପଢାରେ ସମସ୍‌୍ୟା ରହିଥିଲା ବୋଲି କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ପ୍ରକାଶ କରିଛନ୍ତି ।କିନ୍ତୁ ଏବେ ଶ୍ରେଣୀରେ ପାଠପଢା ହେବାରୁ ବହୁତ ଖୁସି ଲାଗୁଥିବା ସେମାନେ ସୂଚନା ଦେଇଛନ୍ତି ।କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ଗେଟ ଭିତରେ ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା ।ପିଲାମାନଙ୍କ ଶରୀର ତାପମାତ୍ରା ମପାଯାଇଥିଲା ।ଏହାପରେ ପିଲାମାନେ ଶ୍ରେଣୀ ଗୃହରେ ପ୍ରବେଶ କରିଥିଲେ ।ସାମାଜିକ ଦୂରତା ଅବଲମ୍ବନ କରି ଓ ମାସ୍କ ପରିଧାନ କରି ପିଲାମାନେ ଶ୍ରେଣୀରେ ବସିଥିଲେ ।କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀରେ ୧୬୭ ଜଣ ଛାତ୍ରୀ ପଢୁଥିବା ବେଳେ ସ୍କୁଲ ଖୋଲିବାର ପ୍ରଥମ ଦିନରେ ୮୦ ଜଣ ଛାତ୍ରୀ ଆସିଥିବାରୁ ଏହା ବହୁତ ଶୁଭ ଲକ୍ଷଣ ବୋଲି ପ୍ରଧାନଶିକ୍ଷୟତ୍ରୀ  ମୀନା କୁମାରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।ଆସନ୍ତାକାଲି ନିଶ୍ଚିତ ଭାବେ ଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।ସେହିପରି କୋରାପୁଟ ସରକାରୀ ମହାବିଦ୍ୟାଳୟର ଜୁନିୟର କଲେଜରେ କୋଭିଡ ନିୟମକୁ ପାଳନ କରି ଦ୍ୱାଦଶ ଶ୍ରେଣୀ ପାଢପଢା ଆରମ୍ଭ କରାଯାଇଥିବା ଜଣାପଡିଛି ।