Odiapua.com

କୋରାପୁଟରେ ଜିଲ୍ଲାରେ ୨୮୦ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ୧୯-୦୫ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ବୁଧୁବାର ଦିନ  ୧୦୪ଜଣ ମହିଳାଙ୍କ ସମେତ  ୨୮୦ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୨୨୮୬ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୨୪ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୪୮ , ସୁନାବେଡା ପୌରାଂଚଳରୁ ୧୬ ଏବଂ କୋଟପାଡ ଏନଏସିରୁ  ୫ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବୈପାରିଗୁଡା ବ୍ଲକରୁ ୧୨,ବୋରିଗୁମ୍ମା ବ୍ଲକରୁ ୨୫,ଦଶମନ୍ତପୁର ବ୍ଲକରୁ ୧୨,ଜୟପୁର ବ୍ଲକରୁ ୨୫  ଓ କୋରାପୁଟ ବ୍ଲକରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୨୨,ଲମତାପୁଟ ବ୍ଲକରୁ୬,ଲକ୍ଷ୍ମୀପୁର ବ୍ଲକରୁ ୩୮,ନନ୍ଦପୁର ବ୍ଲକରୁ ୧୧,ନାରାୟଣପାଟଣା ବ୍ଲକରୁ ୭,ପଟ୍ଟାଙ୍ଗୀ  ବ୍ଲକରୁ ୮  ଏବଂ  ସେମିଲିଗୁଡା  ବ୍ଲକରୁ  ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୧୮  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୫୧  ହଜାର ୧୮୩ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୧୮ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୯୯୧୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୩୪୭ ଟି ସକ୍ରୀୟ କେସ ରହିଛି ଓ  ୨୯ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।