Odiapua.com

କୋରାପୁଟରେ କାମଳ ରୋଗୀଙ୍କର ରକ୍ତ ସଂଗ୍ରହ କଲେ ସ୍ୱାସ୍ଥ୍ୟ ବିଭାଗ

କୋରାପୁଟ ୨୦-୦୨-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରରେ କାମଳ(ଜଣ୍ଡିସ) ରୋଗ ବ୍ୟାପୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ରୋଗୀମାନଙ୍କର ରକ୍ତ ସଂଗ୍ରହ କରୁଥିବା ଜଣାପଡିଛି।ଏ ପର୍ଯ୍ୟନ୍ତ ସମୁଦାୟ ୨୦ ଜଣ ରୋଗୀଙ୍କର ରକ୍ତ ସଂଗ୍ରହ କରାଯାଇ ମଣିପାଳ ପଠାଯାଇଥିବା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ ସୂଚନା ଦେଇଛନ୍ତି।କୋରାପୁଟ ସହରରେ ଥିବା ପୂଜାରୀପୁଟ ଓ ସେଂଟସ ସ୍କୁଲ, ଆଲିସାନ ହୋଟେଲ ଏବଂ ରୋଗୀମାନଙ୍କ ଜଳ ସଂଗ୍ରହ କରାଯାଇଥିବା ସେ ପ୍ରକାଶ କରିଥିଲେ।ଏପରିକି ଫାଷ୍ଟଫୁଡ ଦୋକାନମାନଙ୍କରୁ ମଧ୍ୟ ଜଳ ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଥିବା ସେ ପ୍ରକାଶ କରିଥିଲେ।