Odiapua.com

କୋରାପୁଟଠାରେ ସହୀଦ ଲକ୍ଷ୍ଣଣ ନାୟକଙ୍କ ଜୟନ୍ତି ପାଳିତ

କୋରାପୁଟ ; ତା୨୨-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ମାରକୀ କମିଟିର ମିଳିତ ଆନୁକୁଲ୍ୟରେ ସଦର ମହକୁମାଠାରେ ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ସହୀଦ ଲକ୍ଷ୍ଣଣ ନାୟକଙ୍କ ଜୟନ୍ତି ପାଳିତ ହୋଇଯାଇଛି ।କୋରାପୁଟ ବସଷ୍ଟାଣ୍ଡରେ ସ୍ଥାପିତ ସହୀଦଙ୍କ ପ୍ରତିମୂର୍ତିରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରି ସ୍ଣୁତିଚାରଣ କରିଥିଲେ ।ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେେବେ କୁମାର ପ୍ରଧାନ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପୁକ ତୁରୁକ ,ପୂର୍ବତନ ବିଧାୟକ ନିମାଁଇ ସରକାର ,ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର , ପୋଲିସ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରସିଂହ ଦାଶ ,ଜିଲ୍ଲା ସ୍ଣାରକୀ କମିଟିର ଭବାଣି ଶଙ୍କର ମିଶ୍ର , ରାଜକିଶୋର ସାମାନ୍ତରାୟ ଓ ଆର.ପି.ଶର୍ମା ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ସିପ୍ରା ମିଶ୍ର , ସନ୍ତୋଷ ଖିଲ ଓ ସ୍ମୁତି ସମର୍ପିତାଙ୍କୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ସ୍ଥାପିତ ପ୍ରତିମୂର୍ତିରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।କଲେଜ ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଲ ଓ ଅଧୀକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରି ସ୍ଣୁତିଚାରଣ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଓ ଅଲିଭା କୁମାର ବେହେରା ଯୋଗଦେଇ ପରିଚାଳନା କରିଥିଲେ ।