Odiapua.com

କୋରାପୁଟଠାରେ ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳିତ

କୋରାପୁଟ ; ତା୨୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଅତିଥିଭବନଠାରେ ଜିଲ୍ଲା ବିଜେପି ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଲେଫ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତି ମୁଖ୍ୟ ଅତିଥିଭାବେ ଦେଇଥିବା ବେଳେ ପୂର୍ବତନ ସାସଂଦ ଜୟରାମ ପାଙ୍ଗୀ ଓ ଲେଫ୍ଟନାଂଟ କର୍ଣ୍ଣେଲ ଏ .ଭି.ଆର ମୂର୍ତି ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ଶେଖର ବ୍ରହ୍ମା ପରିଚାଳନା କରିଥିବା ବେଳେ ଜି .ସଂଜିବ କୁମାର ରାଓ, ଏନ.ଏନ.ବାଘ, ସନ୍ତୋଷ ଦାସ, ଗୋପାଳ ପାଢୀ, ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ।