Odiapua.com

କୋରାପୁଟଠାରେ ବିଜୟିନୀ ମହିଳା ସହଯୋଗ କେନ୍ଦ୍ର ଉଦଘାଟିତ

କୋରାପୁଟ ; ତା୨୭-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ବିଜୟନୀ ମହିଳା ସହଯୋଗ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ।କୋରାପୁଟ ଏସପି ଡା.କନଓାର ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା । ଯୈ÷ାନ ତଥା ଘରୋଇ ହିଂସାରେ ନିର୍ଯ୍ୟାତିତା ମହିଳାମାନଙ୍କୁ ଏହି କେନ୍ଦ୍ରରେ ପରାମର୍ଶ ଦିଆଯାଇ ସମସ୍ତ ପ୍ରକାର ସାହାର୍ଯ୍ୟ କରାଯିବ ବୋଲି ଓାର୍ଡ ଅନୁଷ୍ଟାନର ରାଚେଲ ଡି.କୁମାରୀ ସୂଚନା ଦେଇଥିଲେ ।୨ ଜଣ ପ୍ରଶିକ୍ଷିତ ବି .ଅନୀତା ରେଡ୍ଡି ଓ ରୁତୁପୂର୍ଣ୍ଣା ରାୟ ପରାମର୍ଶଦାତ୍ରୀ ଭାବେ ନିଯୁକ୍ତ କରାଯାଇଛି । କେନ୍ଦ୍ରକୁ ଆସୁଥିବା ମହିଳାମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସହ ଆଇନଗତ ଓ ପୋଲିସ ସାହାର୍ଯ୍ୟ ମଧ୍ୟ କରାଯିବ ବୋଲି ସେ ସୂଚନା ଦେଇଥିଲେ ।ନିର୍ଯ୍ୟାତିତା ମହିଳାମାନଙ୍କୁ ଉକ୍ତ କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଏସପି ଉଦ୍ଧବ ନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ , ଅତିରିକ୍ତ ଏସପି ଭି .ଆର.ରାଓ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।