Odiapua.com

କୋରାପୁଟଠାରେ ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର

କୋରାପୁଟ ; ତା୧୯-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏହା କୋରାପୁଟରେ ପ୍ରଥମ ଥର ପାଇଁ କରାଯାଇଥିବା ଜଣାପଡିଛି।୪୨ ଜଣ ଶିଶୁଙ୍କୁ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି। ସ୍ୱାମୀ ବିବେକାନନ୍ଦ ଜାତୀୟ ପୁର୍ନବାସ ଓ ପ୍ରଶିକ୍ଷଣ ଅନୁସନ୍ଧାନ ସଂସ୍ଥା ଓଲଟପୁରର ଡା. କିଶୋର ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୟରେ ଡା.ସଂଚୟ କୁମାର ଦାସ, ଡା. ପବିତ୍ର କୁମାର ସାହୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡା.ବିଜୟ କୁମାର ଷଡଙ୍ଗୀ, ଡା.ସତ୍ୟ ନାୟକ, ଡା.ଅଶୋକ ମହାପାତ୍ର ପ୍ରମୁଖଙ୍କ ସହ ୧୨ ଜଣିଆ ଦଳ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ।

କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଓଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ, ଜିଲ୍ଲା ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ର ଓ ସର୍ବଶିକ୍ଷା ଅଭିଯାନର ମିଳିତ ଆନୁକୁଲ୍ୟରେ ଗତ ୯ ତାରିଖରେ ଚିହ୍ନଟ ପ୍ରକ୍ରୀୟା ଶିବିର ଆୟୋଜନ କରାଯାଇଥିଲା ଓ ସେଥିରେ ୬୨ ଜଣ ଶିଶୁ ଚିହ୍ନଟ କରାଯାଇଥିଲା ତନ୍ମମଧ୍ୟରୁ ୪୨ ଜଣ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର ସୂଚନା ଦେଇଥିଲେ। ଅସ୍ତ୍ରୋପଚାର କରାଯାଇଥିବା ଶିଶୁମାନେ ଆସନ୍ତା ମାସ ୧୦ ତାରିଖ ପର୍ଯ୍ୟନ୍ତକୋରାପୁଟ ହସପିଟାଲ କର୍ତୂପକ୍ଷଙ୍କ ତତ୍ୱବଧାନରେ ରହିବେ ବୋଲି ସେ ସୂଚନା ଦେଇଥିଲେ।