Odiapua.com

କୋରାପୁଟଠାରେ ଖୋଲିଲା ଡାୟାଲିସିସ କେନ୍ଦ୍ର

କୋରାପୁଟ ; ତା୨୬-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟସ୍ଥିତ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଡାୟାଲିସିସ କେନ୍ଦ୍ର ଖୋଲିଛି।କୋରାପୁଟ ସାସଂଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ, ସିଡିଏମଓ ଡାକ୍ତର ଲଲିତ ମୋହନ ରଥ, ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା, ଡାକ୍ତର ମଧୁସୂଦନ ମହାପାତ୍ର, ତ୍ରୀନାଥ ପାତ୍ର, ଲଲାଟ ରଂଜନ ସେଠୀ ଉପସ୍ଥିତ ଥିଲେ। କିଡନୀ ରୋଗୀମାନେ ଡାୟାଲିସିସ ପାଇଁ ଆଉ ବିଶାଖାପାଟଣା, କଟକ କିମ୍ବା ବ୍ରହ୍ମପୁର ଯିବାକୁ ପଡିବ ନାହିଁ କୋରାପୁଟଠାରେ ପିପିପି ମୋଡରେ ଡାୟାଲିସିସ କେନ୍ଦ୍ର ଖୋଲାଯାଇଛି ଯାହା କି ମାଗଣାରେ ସେବା ଯୋଗାଇ ଦିଆଯିବ ବୋଲି କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ସୂଚନା ଦେଇଥିଲେ।