Odiapua.com

କୋରାପୁଟଠାରେ କେନ୍ଦ୍ରର ରୋଜଗାର ମେଳାରେ କମ ସଂଖ୍ୟକ କଂପାନୀ ଆସିଥିବାରୁ ଅସନ୍ତୋଷ

କୋରାପୁଟ ; ତା୨୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ପ୍ରଧାନମନ୍ତ୍ରୀ କୈାଶଳ ଯୋଜନା ଅନ୍ତର୍ଗତ କୋରାପୁଟଠାରେ ଏକ ରୋଜଗାର ମେଳା ଆୟୋଜିତ ହୋଇଯାଇଛି ।ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ମେଳାରେ କମ ସଂଖ୍ୟକ କଂପାନୀ ଆସିଥିବାରୁ ବେକାରୀକଂ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।ଦକ୍ଷତା କାଉନସିଲର ଅଧିକାରୀ ରବିନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ କେ.ସି.ବେହେରା ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଚାକିରୀ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । କୋରାପୁଟର ସନ୍ତୋଷି ପଟନାୟକ ଚାକିରୀ ଅନ୍ୱେଷଣରେ ମେଳାକୁ ଆସିଥିଲେ କିନ୍ତୁ କମ ସଂଖ୍ୟକ କଂପାନୀ ଆସିଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏସବିଆଇ କ୍ରେଡିଟ କାର୍ଡରେ ଚାକିରୀ ମିଳିଥିବା ଜୟପୁରର ଜଗନ୍ନାଥ ପଳେଇ ମଧ୍ୟ ଅଧିକା କଂପାନୀ ଆସିଥିଲେ ଭଲ ହୋଇଥାନ୍ତା ବୋଲି ସେ ସୂଚନା ଦେଇଥିଲେ ।ଅନେକ କଂପାନୀକୁ ଡକାଯାଇଥିଲା କିନ୍ତୁ କୋରାପୁଟକୁ ମାତ୍ର ୧୪ ଟି କଂପାନୀ ଆସିଥିବା ଦକ୍ଷତା କାଉନସିଲର ଅଧିକାରୀ ରବିନ୍ଦ୍ର ସିଂ ସୂଚନା ଦେଇଥିଲେ ।ସେଥିମଧ୍ୟରୁ ୨ ଟି ଖଣି ଠିକାଦାର ଥିଲେ ଓ ଆଉ ୧୨ ଟି ବାହାର ରାଜ୍ୟରୁ ଆସିଥିଲେ ବୋଲି ସେ ପ୍ରକାଶ କରିଥିଲେ ।ପ୍ରାୟ ୧ ହଜାର ଯୁବକ /ଯୁବତୀ ପଞିକରଣ କରିଥିଲେ ବୋଲି ସେ ସୂଚନା ଦେଇଥିଲେ ।କୋରାପୁଟ ଜିଲ୍ଲାରେ ଯାନ୍ତ୍ରିକ ଶିକ୍ଷାରେ ଛାତ୍ରଛାତ୍ରୀ ଅଧିକା ନ ଥିବାରୁ କଂପାନୀଗୁଡିକ କୋରାପୁଟ ଆସିବାକୁ ଇଛା ପ୍ରକଟ କରି ନ ଥିଲେ ବୋଲି ସେ ପ୍ରକାଶ କରିଥିଲେ ।