Odiapua.com

କୋଭିଡ-୧୯ ସମୟରେ ଭାରତୀୟ ମହିଳା ନେତୃତ୍ୟ ସଂପର୍କିତ ଅନଲାଇନ ଆଲୋଚନାଚକ୍ର

କୋରାପୁଟ ୦୮-୦୩(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କୋଭିଡ-୧୯ ସମୟରେ ଭାରତୀୟ ମହିଳା ନେତୃତ୍ୟ ସଂପର୍କିତ ଏକ ଅନଲାଇନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ପୂର୍ବତନ ତଥା ପ୍ରତିଷ୍ଠାତା କୁଳପତି ପ୍ରଫେସର ସୁରଭି ବାନାର୍ଜି ଯୋଗଦେଇ  ଦେଶର  ମହିଳାମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଂଚିବା ନିମନ୍ତେ ପ୍ରସ୍ତୁତ ରହିଥିବା ସୁଚନା ଦେଇଥିଲେ ।ମହିଳାମାନେ ଆର୍ଥିକ ପରିଚାଳନା କରନ୍ତି ଓ ଜୀବନର ଯତ୍ନ ନେଇଥାନ୍ତି ବୋଲି ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଆସୋସିଏସନ ଅଫ ସାଇକୋଲୋଜିଷ୍ଟସର ପ୍ରତିଷ୍ଠାତା ପ୍ରଫେସର ମୀନା ହରିହରନ ପ୍ରକାଶ କରିଥିଲେ ।କୋଭିଡ ମହାମାରୀ ସମୟରେ ଉତରପ୍ରଦେଶର ଆଦିବାସୀ ମହିଳାମାନେ ପିପିଇ ଓ ସାଜସଜ୍ଜା ମାସ୍କ ନିର୍ମାଣ କରିବାର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭୂମିକା ସଂପର୍କରେ ସେ ଆଲୋକପାତ କରିଥିଲେ ।ଆନ୍ତର୍ଜାତୀୟ ମହିଳା ଦିବସର ମହତ୍ୱ ଓ ପ୍ରତିବଦ୍ଧତା ଉପରେ କୁଳପତି  ପ୍ରଫେସର ଆଇ.ରାମବ୍ରହ୍ମମ ଅଲୋକପାତ କରିଥିଲେ ।ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦରେ ୪ ଜଣ ମହିଳା  ସଦସ୍ୟା ରହିଥିବା ସେ ସୂଚନା ଦେଇଥିଲେ ।ଏହି କାର୍ଯକ୍ରମରେ ରେଜିଷ୍ଟ୍ରାର ଡ .ଏ.କେ.ଦାସ ,ପ୍ରଫେସର ଏସ.କେ.ପାଳିତ ପ୍ରମୁଖ ଯୋଗଦେଇଥିଲେ ।କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆନୁକୁଲ୍ୟରେ କାର୍ଯ୍ୟକ୍ରମ କରାଯାଇଥିଲା ।ପ୍ରାରମ୍ଭରେ  ପିଏଚଡି ରିସର୍ଜ ସ୍କୋଲାର ଅର୍ଚ୍ଚନା ସ୍ନେହାସିନି  ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଡ.କାକୋଲି ବାନାର୍ଜି ଧନ୍ୟବାଦ ଅର୍ପଣ କରିଥିଲେ ।