Odiapua.com

କୋଭିଡ-୧୯ ପ୍ରମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ

କୋରାପୁଟ ୦୧-୦୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ବର୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇ କେତେବେଳେ ଶୂନ ଓ କେତେବେଳେ ଏକ ଅଙ୍କ ସଂଖ୍ୟାରେ ରହୁଥିବା ଜଣାପଡିଛି। ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ପ୍ରମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଥିଲା।ସ୍ଥାନୀୟ ସଦଭାବନା ସଭାଗୃହରେ ଆଜି କୋଭିଡ-୧୯ ପ୍ରମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ପ୍ରମାଣିକ ଚଳଚ୍ଚିତ୍ରଟି ଖୁବ ଉଚ୍ଚକୋଟୀର ହୋଇଥିଲା।ଏଥିରେ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ଆରମ୍ଭ ଦିନଠାରୁ କିପରି ସଂକ୍ରମଣକୁ ହ୍ରାସ ପାଇଁ ମିଳିତ ଉଦ୍ୟମରେ ଚେଷ୍ଟା କରାଯାଇଥିଲା ତାହାକୁ ପ୍ରଦର୍ଶିତ କରାଯାଇଥିଲା।କୋଭିଡ ହସପିଟାଲ, କୋଭିଡ କେୟାର, ପ୍ଲାଜମା ୟୁନିଟ ଇତ୍ୟାଦି ସ୍ଥାପନ ଉପରେ ପ୍ରଦର୍ଶିତ କରାଯାଇ ଜିଲ୍ଲାପାଳ, ଏସପି, ଏଡିଏମ, ସିଡିଏମଓ, ସ୍ୱାସ୍ଥ୍ୟ ମିଶନ ଡିପିଏମ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଡେପୁଟି କଲେକ୍ଟର, ବେସାମରିକ ପ୍ରତିରକ୍ଷା ବାହିନୀର ଉପନିୟନ୍ତ୍ରକ, ପ୍ଲାଜମା ୟୁନିଟର ନୋଡାଲ ଅଫିସର ପ୍ରମୁଖ ଅଧିକାରୀଙ୍କ ବ୍ୟକ୍ତବ୍ୟ ସ୍ଥାନ ପାଇଥିବା ଦେଖିବାକୁ ମିଳିଥିଲା।କୋଭିଡ ସମୟରେ ଶ୍ରମିକମାନେ ଜିଲ୍ଲାକୁ ଆସିବା ଓ ସେମାନଙ୍କୁ ନିଜ ଗ୍ରାମକୁ ପଠେଇବାରେ ବ୍ୟବସ୍ଥା ନିମନ୍ତେ କାର୍ଯ୍ୟକରୁଥିବା ଅଧିକାରୀ ଓ ଜରୁରୀକାଳୀନ ବିଭାଗ କୋଭିଡ କାର୍ଯ୍ୟକ୍ରମ ଦାୟିତ୍ୱ ନେଇଥିବା ବେଳେ ସେହି ଅଧିକାରୀଙ୍କ ବ୍ୟକ୍ତବ୍ୟ ଉକ୍ତ ପ୍ରମାଣିକ ଚଳଚ୍ଚିତ୍ର ସ୍ଥାନ ପାଇ ନ ଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଜିଲ୍ଲାର ସବୁ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମିଳିତ ସହଯୋଗରେ କୋଭିଡ-୧୯ର ଉତମ ପରିଚାଳନା କରାଯାଇଥିବାରୁ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ପ୍ରମାଣିକ ଚଳଚ୍ଚିତ୍ରଟିକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଥିବା ସେ ସୂଚନା ଦେଇଥିଲେ।ବର୍ତମାନ ନୂତନଷ୍ଟ୍ରେନ ଦେଖାଦେଇଥିବାରୁ ସମସ୍ତେ ସଚେତନତା ସହ କାର୍ଯ୍ୟ କରିବାକୁ କୋରାପୁଟ ଏସପି ବରୁଣ ଗୁଣ୍ଠୁପାଲି ପରାମର୍ଶ ଦେଇଥିଲେ।କୋରାପୁଟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରେ କୋଭିଡ-୧୯ର ସ୍ଥିତିରେ ହ୍ରାସ ପାଇଥିବାରୁ କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍ଗୁ କୁମାରୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣେଇଥିଲେ।ଜୟପୁର ଉପଖଣ୍ଡରେ କୋଭିଡ-୧୯ କିପରି ପରିଚାଳନା କରାଯାଉଥିଲା ତାହା ଉପରେ ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ ଆଲୋକପାତ କରିଥିଲେ।ଜିଲ୍ଲାରେ କୋଭିଡ-୧୯ର ସଂକ୍ରମଣ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରୀତା ଉପରେ ସିଡିଏମଓ ଡାକ୍ତର ମକରନ୍ଦ ବେଉରା ଆଲୋକପାତ କରିଥିଲେ।ଡେପୁଟି କଲେକ୍ଟର ଅର୍ଚ୍ଚନା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଡେପୁଟି କଲେକ୍ଟର ଏନ.ଜଗଜୀବନ ଚୈାଧୁରୀ ଓ ସୁଶ୍ରୀ ସାଗରିକା ଷଡଙ୍ଗୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ, ଆଂଚଳିକ ପରିବହନ ଅଧିକାରୀ ପି.କେ.ଦାସ, ଜିଲ୍ଲା ଶ୍ରମ ଅଧିକାରୀ ପି.କେ.ପାଣିଗ୍ରାହୀ, କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ଜୟପୁର ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକ.ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ, ଏପିଡି ହିମାଂଶୁ ଶତପଥି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ସତ୍ୟ ନାରାୟଣ ପ୍ରଧାନ, ଓସ୍ୱାନର ଡିଜିଏମ ମନୋଜ ଦାଶ ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପ୍ରମାଣିକ ଚଳଚ୍ଚିତ୍ର ଦେଖିଥିଲେ।