Odiapua.com

କୋଭିଡ ଯୋଦ୍ଧା ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ

କୋରାପୁଟ ୧୮-୧୨ (ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ୪ ଜଣ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିବା ଜଣାପଡିଛି।ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପୀତବାସ ଧାରୁଆଙ୍କ ପତ୍ନୀ କେତକୀ ଧାରୁଆଙ୍କୁ ୫୦ ଲକ୍ଷ ଟଙ୍କା ଦେବା ନିମନ୍ତେ ବ୍ୟାଙ୍କକୁ ଦିଆଯାଇଥିବା ଚିଠିକୁ ପ୍ରଦାନ କରିଥିଲେ।ସେହିପରି ମହିଳା ସ୍ୱାସ୍ଥ୍ୟକର୍ମି ସାବିତ୍ରୀ ଜାନିଙ୍କ ସ୍ୱାମୀ ଶଙ୍କର୍ଷଣ ନାୟକ ଓସର୍ବେଶ୍ୱର ପ୍ରଧାନଙ୍କ ସ୍ତ୍ରୀ ନଳିନୀପ୍ରଭା ନାୟକଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ।ପ୍ରଦାନ ସମୟରେ କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ଓ ବିଭାଗୀୟ ଅଧିକାରୀ ପି.କେ.ସାମଲ ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ଯେ ନନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରର ହିକିମ ଉପକେନ୍ଦ୍ରରେ କାର୍ଯ୍ୟରତ ସାବିତ୍ରୀ ଜାନି କରୋନାରେ ଆକ୍ରାନ୍ତ ହୋଇ ତା ୨୧-୦୮-୨୦ରେ ମୃତ୍ୟୁବରଣ କରିଥିଲେ।କୋରାପୁଟ ଜିଲ୍ଲା ପୋଲିସରେ କାର୍ଯ୍ୟରତ ଡିଏସଆଇ ସର୍ବେଶ୍ୱର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇ ତା୦୮-୦୯-୨୦ରିଖରେ ମୃତ୍ୟୁବରଣ କରିଥିଲେ।କୋରାପୁଟ ଟାଉନଥାନାରେ କାର୍ଯ୍ୟରତ ଆଇଆଇସି ପୀତବାସ ଧାରୁଆ କରୋନାରେ ଆକ୍ରାନ୍ତ ହୋଇ ତା୦୧-୧୦-୨୦ରିଖରେ ମୃତ୍ୟୁବରଣ କରିଥିଲେ।ବନମାଳିପୁଟ ନୂତନ ପିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ପ୍ରସନ୍ନ କୁମାର ଜାଲି ଗତ ୨୩-୦୯-୨୦ରିଖରେ ମୃତ୍ୟୁବରଣ କରିଥିଲେ।ତାଙ୍କ ପରିବାର ଭୁବନେଶ୍ୱରରେ ଥିବାରୁ ଆଜି ପ୍ରଦାନ କରାଯାଇ ନ ଥିବା ଜଣାପଡିଛି।