Odiapua.com

କୋଭିଡ ଟୀକାକରଣ ଡ୍ରାଏ ରନ

କୋରାପୁଟ ୦୨-୦୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସଦର ମହୁକୁମାସ୍ଥିତ ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ ଟୀକାକରଣ ନିମନ୍ତେ ଡ୍ରାଏ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଟୀକାକରଣ ପୂର୍ବ ପ୍ରସ୍ତୁତିରେ ଅପେକ୍ଷା, ଟୀକାକରଣ ଓ ବିଶ୍ରାମ ଗୃହ ଗୁଡିକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପରିଦର୍ଶନ କରିଥିଲେ।ଟୀକାକରଣ ନିମନ୍ତେ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ଠିକ ରହିଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଥିବା ବେଳେ ବିଶ୍ରାମ ଗୃହରେ ଗୋଟିଏ ଶଯ୍ୟା ରଖାଯାଇଥିଲା କିନ୍ତୁ ୩ ଟି ଶଯ୍ୟା ରଖିବାକୁ ସେ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଥିଲେ ାପୂର୍ବ ପ୍ରସ୍ତୁତିରେ କିପରି ଟୀକାକରଣ କରାଯିବ ତାହାକୁ ପ୍ରଦର୍ଶନ କରାଯାଇଥିଲା।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ସିଡିଏମଓ ଡାକ୍ତର ମକରନ୍ଦ ବେଉରା, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ ଦାସ, ଡିପିଏଚଓ ଡାକ୍ତର ଅରୁଣ କୁମାର ପାଢୀ, ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ, ସହାୟକ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ଭୋଇ, ଡାକ୍ତର ରେଣୁକା ଦାସ, ଏପିଏମ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲାରେ ଟୀକାକରଣ ନିମନ୍ତେ୧୬୨୪ ଟି କେନ୍ଦ୍ର ଚିହ୍ନଟ କରାଯାଇଥିବା ସିଡିଏମଓ ଡାକ୍ତର ବେଉରା ସୂଚନା ଦେଇଛନ୍ତି।୩୯ଟି କେନ୍ଦ୍ରରେ ଟୀକା ମହଜୁଦ ରଖାଯିବ ବୋଲି ସେ ପ୍ରକାଶ କରିଥିଲେ।ପ୍ରଥମ ପର୍ଯ୍ୟାୟରେ ୧୨୦୭୬ ଜଣ ସ୍ୱାସ୍ଥ୍ୟକର୍ମି, ଏଏନଏମ, ସୁପରଭାଇଜର, ଷ୍ଟାଫନର୍ସ, ଦାନ୍ତ ଡାକ୍ତର ଓ ଏମବିବିଏସ ଟୀକା ନେବେ ବୋଲି ସେ ସୂଚନା ଦେଇଛନ୍ତି।