Odiapua.com

କୋଭିଡ ଆକ୍ରାନ୍ତ ସାମ୍ବାଦିକଙ୍କ ମୃତ୍ୟୁ

କୋରାପୁଟ ୦୮-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲସ୍ଥିତ କୋଭିଡ ହସପିଟାଲରେ କୋଭିଡ ଆକ୍ରାନ୍ତ  ସାମ୍ବାଦିକ ଡି.ଶଙ୍କର ରାଓ(୭୬)ଙ୍କ ମୃତ୍ୟୁ ହୋଇଛି । ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସ୍ୱର୍ଗତ ରାଓ  ୨୦  ବର୍ଷରୁ ଉର୍ଦ୍ଧ୍ୱ କାଳ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ତେଲୁଗୁ ଖବର କାଗଜ ସାକ୍ଷୀରେ କାର୍ଯ୍ୟରତ ଥିଲେ । ଅସୁସ୍ଥତା ଅନୁଭବ କରିବାରୁ ଗୁରୁବାର  ରାତିରେ ଶ୍ରୀ ରାଓଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା ଓ କୋଭିଡ ପଜିଟିଭ ବାହାରିବା ପରେ  ମେଡିକାଲ କଲେଜର କୋଭିଡ ହସପିଟାଲ ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । କୋଭିଡ ଗାଇଲାଇନ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି ।ବଡପୁତ୍ର ଶିବ ସାଇ ପଟନାୟକ ମୁଖାଗ୍ନି ଦେଇଥିଲେ ।ତାଙ୍କର ୩ ପୁଅ ଶିବ ସାଇ ପଟନାୟକ ,ଭେଙ୍କେଟ ସାଇ ପଟନାୟକ ଓ ଶ୍ରୀନିବାସ ପଟନାୟକ ଏବଂ କନ୍ୟା ଲକ୍ଷ୍ମୀ ପଟନାୟକ ।ଶ୍ରୀ ରାଓଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ସେ ଜଣେ ଉଚ କୋଟୀର ନିର୍ଭିକ,ନିରପେକ୍ଷ ସାମ୍ବାଦିକ ଥିଲେ ତାଙ୍କ ମୃତ୍ୟୁ କୋରାପୁଟ ଜିଲ୍ଲା ଓ ସାମ୍ବାଦିକ ପରିବାର ପାଇଁ  ଏକ ବିରାଟ କ୍ଷତି ବୋଲି ମତ ପ୍ରକାଶ ପାଇଛି ।କୋରାପୁଟ ପ୍ରେସକ୍ଲବ ପରିସରରେ ଏକ ଶୋକସଭା ଆୟୋଜନ କରାଯାଇଥିଲା ।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ପୂର୍ବତନ ବିଧାୟକ ନିମାଇଁ ସରକାର , ସମାଜସେବୀ କାମାକ୍ଷା ପ୍ରସାଦ ମାଝି ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଓ ସହରର ଅନେକ ସାମ୍ବାଦିକ ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରୀ ରାଓଙ୍କ ବିୟୋଗରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାର ଶୋକବ୍ୟକ୍ତ କରିବା ସହ ଏପରି କଷ୍ଟ ସମୟରେ  ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ ।ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସାମ୍ବାଦିକଙ୍କ ପାଇଁ ସେ ଏକ ମାଗଦର୍ଶକ ଥିଲେ ବୋଲି ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣେଇଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳଦେବେନ କୁମାର ପ୍ରଧାନ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାଜଗୁରୁ,କୋଟପାଡ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ ,କୋରାପୁଟ ବିଧାୟକ ତଥା ଡିପିସି ଅଧ୍ୟକ୍ଷ ରଘୁରାମ ପଡା. ଜିଲା ବିଜେଡି ସଭାପତି ତଥା ରାଜ୍ୟ  ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ,ଜିଲା ପରିଷଦ ସଭାପତି ତୂଳସୀ କିର୍ଷାନୀ, ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ପୂର୍ବତନ କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି ,ଜିଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, କଂଗ୍ରେସ ନେତା ରୂପକ ତୁରୁକ , ଜଗଦିଶ ଖୋସ୍ଲା,ବାବୁଲା ବେନ୍ୟା, ପୂର୍ବତନ ସାଂସଦ ଝିନ୍ନ ହିକକା ଓ ଜୟରାମ ପାଙ୍ଗୀ , ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଅ,ପୂର୍ବତନ ଜିଲ୍ଲା ବିଜେପି  ସଭାପତି  ବିଜୟ କୁମାର ମିଶ୍ର,ପୂର୍ଣିମା ନାୟକ, ସାମ୍ବାଦିକ  ସିଏଚ.ସାନ୍ତାକାର, ବିଦ୍ୟାଧର ଚୈାଧୁରୀ ,ରଂଜନ କୁମାର ଦାସ,ସୁବୋଧ ଚେଟ୍ଟୀ,ସଂଜୁତ ନନ୍ଦ,ଏସ.ତ୍ରିନାଥ ରାଓ,ମନୋଜ ହିଆଲ,ଭୂଷିତ ବିଡିକା,ଅମିତାଭ ବେହେରା, ପ୍ରଶାନ୍ତ କୁମାର ସାମନ୍ତାରୟ ,ବାବୁଲି ସିଂ ,ପରିକ୍ଷିତ ବିଶ୍ୱାଲ ,ଘନଶ୍ୟାମ ରଥ ,ଜିତେନ୍ଦ୍ର କୁମାର ମିଶ୍ର ,ରାଜେନ୍ଦ୍ର ଗୈାଡ ,ସୁନ୍ଦର ପାଣି,ଟି.ଗୌରୀ ଶଙ୍କର ରାଓ,ସୂର୍ଯ୍ୟ ନାରାୟଣ ପଣ୍ଡା,ସତ୍ୟଜୀତ ମହାନ୍ତି ,ଦିଲିପ ମହାନ୍ତି,ପି.ବାରିକ, ପରମେଶ୍ୱର ସାହୁ , ଶରତ ନାୟକ ,ତ୍ରୀନାଥ ଖରା, ଅନିଲ ସୁବୁଦ୍ଧି ,ପି.ଗୋବିନ୍ଦ ରାଜୁ ସୁବୁଦ୍ଧି ,ଶରତ କୁମାର ଧଳ,ଶଶଧର ରାଉତ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି ।