ନୟାଗଡ/୧୫/୧୧(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଗୋପାଳପୁର ଠାରେ କୋଭିଡ୍ କଟକଣା ଭିତରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଅଛି । ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେବ ଗୋପାଳପୁର କାଳୀପୂଜା ମଣ୍ଡପରେ ମହା ଆଡମ୍ବରରେ କାଳୀପୂଜା ଅନୁଷ୍ଠିତ ହୋଇଥାଏ । ସାତଦିନ ବ୍ୟାପୀ ରାତ୍ରୀ ସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ । ଚଳିତ ବର୍ଷ ପ୍ରଶାସନିକ କଟକଣା ଯୋଗୁ ମୂତ୍ତୀର ଆକାର ଛୋଟ କରାଯାଇଅଛି । ସମସ୍ତ ସାସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି ।
କଟକଣା ଅନୁଯାଇ ମଧ୍ୟ ରାତ୍ରରେ କେବଳ କର୍ତ୍ତା , ପୁରୋହିତ ଓ ଜଣେ ସହଯୋଗୀ ଙ୍କୁ ନେଇ ପୂଜା ଅନୁଷ୍ଠିତ ହୋଇଯାଇଅଛି । ମଣ୍ଡପ ଆଗରେ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତି ନଥିବାରୁ ପୂଜା ସ୍ଥଳ ଖାଲି ଖାଲି ଲାଗୁଛି । ନିରାଡାମ୍ବର ଭାବେ ପୂଜା ହେଉଥିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉନଥିବା ଜଣାପଡିଛି ।