Odiapua.com

କୋଡିଙ୍ଗାମାଳୀ ଖଣି ଆନେ୍ଦାଳନ ଘଟଣା; ଲକ୍ଷ୍ମିପୁରର ପୂର୍ବତନ ବିଧାୟକଙ୍କ ୟୁଟର୍ଣ୍ଣ

କୋରାପୁଟ ; ତା୦୨-୦୮-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋଡିଙ୍ଗାମାଳୀ ଖଣି ଆନେ୍ଦାଳନ ଘଟଣାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆହୂତ ବୈଠକରେ ଲକ୍ଷ୍ମିପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା ଯିଏ କି ବିଧାନସଭା ହେଉ କିମ୍ବା ନିର୍ବାଚନ ସଭା ହେଉ ସବୁବେଳେ ଖଣି ଖନନ ବିରୋଧରେ ଭାଷଣ ଦେଉଥିଲେ ।କିନ୍ତୁ ଗତକାଲି ବୈଠକରେ ସେ ୟୁଟର୍ଣ୍ଣ ହୋଇଯାଇଥିବା ଜଣାପଡିଛି । ଓଏମସି ଓ ଜିଲ୍ଲାପ୍ରଶାସନ ଏକତି୍ରତ ହୋଇ ଖଣି ପାରିପାଶ୍ୱିର୍କ ଅଂଚଳରେ ଉନ୍ନତି ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କଲେ ଖଣି ପରିବହନ କଲେ କୌଣସି ଆପତି ନାହିଁ ବୋଲି କହିବା ସହ କୋଡ଼ିଙ୍ଗାମାଳି ଆନେ୍ଦାଳନ ତାହା କୌଣସି ଲୋକଙ୍କ ବ୍ୟକ୍ତିଗତ ହୋଇଥାଇପାରେ ବୋଲି ବୈଠକରେ ପ୍ରକାଶ କରିଥିଲେ ।ପଲ୍ଲିସଭା କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇପାରିବେ କି ! ଏହା ତ ଏବେ କୋର୍ଟରେ ବିଚାରଧିନ ଅଛି ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ସେ କହିଥିଲେ ।ଖଣି ଖନନ କାର୍ଯ୍ୟ ଆରମ୍ଭ ହେଉ ଓ ଅଂଚଳର ବିକାଶ ନିମନ୍ତେ ଆମ୍ଭ ଗୋଷ୍ଠୀ ଚାହୁଁଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।ଗରୀବ ବ୍ୟକ୍ତିମାନେ ଗାଡି ଆଣିଥିଲେ ଓ ସେଥିରେ ଡ୍ରାଇଭରମାନେ ବଂଚୁଥିଲେ ତେଣୁ ତୁରନ୍ତ ଖଣି ଖନନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ଦାବି କରିଥିଲେ ।ଯେତେବେଳେ କୋର୍ଟ ପଲ୍ଲିସଭା କରିବା ପାଇଁ ନିଦେ୍ର୍ଦଶ ଦେବେ ସେତେବେଳେ ଆମ୍ଭେ ଏହାକୁ ସ୍ୱାଗତ କରିବୁ ବୋଲି ପ୍ରକାଶ କରିଥିଲେ ।
ଗତମାସ ୧୯ ତାରିଖରେ ଲକ୍ଷ୍ମିପୁରର ଘୋଡାବନ୍ଧଠାରେ କୋଡିଙ୍ଗାମାଳୀ ଖଣି ଦ୍ୱାରା ପ୍ରଭାବିତବାସୀଙ୍କ ସୁରକ୍ଷା ନିମନ୍ତେ ଏକ ରଣକୈାଶଳ ପ୍ରସ୍ତୁତି ନିମନ୍ତେ ଏକ ପ୍ରଚାରପତ୍ର ବାଟିଂଥିଲେ ।ବାହ୍ୟ ଅଂଚଳରୁ ଶ୍ରମିକ , କର୍ମଚାରୀ ଓ ଯାନବାହାନ ମାଲିକମାନେ ଏହାର ଫାଇଦା ନେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ ।ଧୂଳି , ମାଟି , ଗୋଳିଆପାଣି , ବିପଦସଂକୁଳ ଯାତାୟାତ ଓ ପ୍ରତାରଣା ପାଉଛୁ ବୋଲି ଉଲ୍ଲେଖ କରିଥିଲେ ।ମୁଁ ବିଧାନସଭାରେ ଅନେକ ବାର ଖଣି ଖନନ ବିରୁଦ୍ଧରେ ସ୍ୱର ଉତୋଳନ କରିଥିଲି କିନ୍ତୁ ସରକାର କିଛି ଶୁଣି ନ ଥିଲେ । ମୁଁ ଖଣି ଖନନ ବିରୁଦ୍ଧରେ ଲଢେଇ ଜାରି ରଖିବ ବୋଲି ମଧ୍ୟ ପ୍ରଚାରପତ୍ରରେ ଉଲ୍ଲେଖ କରିଥିଲେ ।ପୂର୍ବରୁ ଖଣି ବିରୁଦ୍ଧରେ ଏତେ ବଡ ବଡ କଥା କହିଥିବା ବେଳେ କାହିଁକି ସେ ୟୁଟର୍ଣ୍ଣ ମାରିଲେ ତାହା ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି ।