କୋରାପୁଟ ୨୨-୦୩(ଓଡିଆ ପୁଅ /ରଂଜନ ଦାସ)କୋଡିଙ୍ଗାମାଳି ଖଣିର ଶ୍ରମିକମାନଙ୍କ ଅଘୋଷିତ ଛଟେଇ ବନ୍ଦ କରି ନିଯୁକ୍ତି ପ୍ରଦାନ କରିବାକୁ ଏଆଇଟିୟୁସି କୋରାପୁଟ ଜିଲ୍ଲା ଶାଖାର ଆବାହକ ପ୍ରମୋଦ କୁମାର ମହାନ୍ତି ଦାବି କରିଛନ୍ତି ।କୋରାପୁଟ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ସର୍ବନିମ୍ନ ମଜୁରୀ ଆଇନ ଲାଗୁ କରିବା ,ନିର୍ମାଣ ଶ୍ରମିକମାନଙ୍କୁ କୋଭିଡ ସହାୟତା ପ୍ରଦାନ କରିବା ,ବନ୍ଦ ଥିବା ସେବାକାଗଜକଳକୁ ତୁରନ୍ତ ଚାଲୁ କରିବା ,କୃଷକ ବିରୋଧୀ କଳା କୃଷି ଆଇନ ପ୍ରତ୍ୟାହର କରିବା ,ମନରେଗା ଢାଂଚାରେ ସହାରାଂଚଳରେ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରିବା ପ୍ରମୁଖ ଦାବି ସମାଧାନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।ଦାବି ପ୍ରଦାନ ବେଳେ ଯୁଧିଷ୍ଠିର ରାଉଳ ,ରାମକୃଷ୍ଣ ଦାସ ,ଦେବଧର ବାଗ ,ଧର୍ମେନ୍ଦ୍ର ବାଗ ଓ ଶଶାଙ୍କ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।ସୁଚନାଯୋଗ୍ୟ ଯେ କୋଡିଙ୍ଗାମାଳି ଖଣିର ଶ୍ରମିକମାନେ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ୫୪ ଦିନ ହେଲା ବସିଥିବା ସତ୍ୱେ ସମାଧାନ ହେଉ ନ ଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।