Odiapua.com

କୋଡିଙ୍ଗାମାଳି ଖଣିରେ ପରିବହନ ସେବା ଚାଲୁ କରିବାକୁ ଦାବି ଜଣେଇଲେ ଟିପ୍ପରଗାଡି ମାଲିକ

କୋରାପୁଟ ୦୧-୦୮ (ଓଡିଆ ପୁଅ /ରଂଜନ କୁମାର ଦାସ)ଲକ୍ଷ୍ମିପୁର ଥାନା ଅନ୍ତର୍ଗତ କୋଡିଙ୍ଗାମାଳି ଖଣିଠାରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ୭ମ ଦିନରେ ପହଂଚିଥିବା ବେଳେ ଆଜି ପରିବହନ କରୁଥିବା ଟିପ୍ପରଗାଡି ମାଲିକମାନେପରିବହନ ସେବା ଚାଲୁ କରିବାକୁ ଦାବି କରିଥିବା ଜଣାପଡିଛି। ଆଜି ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁଙ୍କ ଭେଟି ତୁରନ୍ତ ସମାଧାନ କରିବାକୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ରୁଣକରି ଓ ଜମି ପଟ୍ଟା ଦେଇ ଟିପ୍ପର ଆଣିଲୁ କିନ୍ତୁ ଆଜିକୁ ୭ ଦିନ ହେବ ଆନ୍ଦୋଳନ ଯୋଗୁଁ ପରିବହନ ବନ୍ଦ ହୋଇଯାଇଥିବା ଟିପ୍ପର ମାଲିକ ଅମରେଶ ଶତପଥି ସୂଚନା ଦେଇଥିଲେ। ୧୨୦୦ ଲୋକ ପରିବହନ ଦ୍ୱାରା ରୋଜଗାର ପାଉଥିଲେ ଏବେ ପରିବହନ ବନ୍ଦ ହୋଇଯାଇଥିବାରୁ ସେମାନଙ୍କୁ ଦରମା ଦେବା ସମ୍ଭବପର ହେଉ ନ ଥିବା ସେ ପ୍ରକାଶ କରିଥିଲେ। ଓଏମସି ତଥା ରାଜ୍ୟ ସରକାର ଆମ୍ଭ କଥା ନ ବୁଝିଲେ ଆମ୍ଭେମାନେ କଣ କରିବୁ ବୋଲି ସେ ପ୍ରଶ୍ନ କରିଥିଲେ। ସମାଧାନ ନ ହେଲେ ଆଉ ଗୋଟିଏ ଆନ୍ଦୋଳନ ମୁଣ୍ଡ ଟିକିପାରେ ବୋଲି ସେ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ତୁରନ୍ତ ସମାଧାନ କରିବାକୁ ଟ୍ରିପରଗାଡି ମାଲିକ କପିଳ ବିଷୋୟୀ ଦାବି କରିଛନ୍ତି। ସୂଚନାଯୋଗ୍ୟ ପ୍ରଭାବିତ ୨୨ଟି ଗ୍ରାମର ଲୋକମାନେ କୋଡିଙ୍ଗା ମାଳି ଖଣି ଖନନକୁ ବିରୋଧ କରି ରାସ୍ତାରୋକ କରିବା ସହ ଆନ୍ଦୋଳନ କରୁଛନ୍ତି। ବିନା ପଲ୍ଲିସଭାରେ ଖଣି ଖନନ କରି ବେଆଇନଭାବେ ବକ୍ସାଇଟ ପରିବହନ କରାଯାଉଥିବା ଆନ୍ଦୋଳକାରୀମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଂଚଳରେ କାରଖାନା ପ୍ରତିଷ୍ଟା ବିନା ମାଲ ପରିବହନ କରିବାକୁ ଦିଆଯିବ ନାହିଁ ବୋଲି ଅଂଚଳବାସୀ ଦାବି କରୁଥିବା ଜଣାପଡିଛି।