Odiapua.com

କୋଡିଙ୍ଗାମାଳି ଖଣିରେ କାର୍ଯ୍ୟରତ ଶ୍ରମିକମାନଙ୍କ ଧାରଣା ୨୬ ଦିନରେ ପହଂଚିଥିବା ବେଳେ ସମାଧାନର ବାଟ ଫିଟୁନି

କୋରାପୁଟ ୨୩-୨(ଓଡିଆ ପୁଅ /ରଂଜନ ଦାସ)କୋଡିଙ୍ଗାମାଳି ଖଣିରେ ମୈତ୍ରୀ ଇନଫ୍ରାଷ୍ଟକଚର ଓ ମାଇନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ କାର୍ଯ୍ୟରତ ଶ୍ରମିକମାନଙ୍କ ଧାରଣା ୨୬ ଦିନରେ ପହଂଚିଥିବା ବେଳେ ସମାଧାନର ବାଟ ଫିଟୁ ନ ଥିବା ଜଣାପଡିଛି ।କାର୍ଯ୍ୟରତ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ କଂପାନୀ ବଦଳି କରିବା ପରେ ଶ୍ରମିକମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସି ରହିଥିବା ଜଣାପଡିଛି ।ଗତମାସ ୨୭ ତାରିଖଠାରୁ କୋଡିଙ୍ଗାମାଳି ଖଣିରେ କାର୍ଯ୍ୟ ଯୋଗାଇଦେବା ଦାବିରେ ଶ୍ରମିକମାନଙ୍କ ଧାରଣା କରୁଥିବା ଜଣାପଡିଛି ।ଗତ ୩ ତାରିଖ ଦିନ କଂପାନୀଠାରୁ କାରଣ ଦର୍ଶାଇ ନୋଟିସ ଜାରି ହେବା ପରେ ଶ୍ରମିକମାନେ ଧାରଣାକୁ ଅସ୍ଥାୟୀ ଭାବେ ପ୍ରତ୍ୟାହୃତ କରି ୪ ତାରିଖ ଦିନ କଂପାନୀ କର୍ତୂପକ୍ଷଙ୍କୁ ଦେଖାକରିବାକୁ ଯାଇଥିଲେ ।କିନ୍ତୁ କୈାଣସି ଅଧିକାରୀ ଦେଖା କରିବାକୁ ମନା କରିଦେବାରୁ ପୁନଃର୍ବାର ୫ ତାରିଖରେ ଠାରୁ ପୁଣି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ  ଧାରଣା ଦିଆଯାଉଥିବା  ଶ୍ରମିକ ଅନିଲ କୁମାର ଗରଡା ସୂଚନା ଦେଇଛନ୍ତି ।ଧାରଣାସ୍ଥଳକୁ ୧୫ ଦିନ ହେଲା ଜିଲ୍ଲା ପ୍ରଶାସନର କୋଣସି ଅଧିକାରୀ ଆସି ନ ଥିବା ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସ ୨୨ ତାରିଖ ଦିନ ୩୪ ଜଣ ଶ୍ରମିକଙ୍କୁ  ଜାମସେଦପୁରର  ୟୁରାନିୟମ ଖଣିକୁ ବଦଳି କରାଯାଇଥିବା ବିନା ଦସ୍ତଖତରେ ନୋଟିସ ବୋର୍ଡରେ ମରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ ।ଏହି ବଦଳି ପ୍ରତିବାଦରେ ଶ୍ରମିକମାନେ ମୈତ୍ରୀ କଂପାନୀ ପରିଚାଳନା କର୍ତୂପକ୍ଷ ଓ ଓଏମସି ନିକଟରେ ଦାବି ଉପସ୍ଥାପନା କରିବା ପରେ ସ୍ଥାନୀୟ ଶ୍ରମିକମାନଙ୍କ କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା ବୋଲି  ଶ୍ରମିକ ଦେବଧର ବାଘ ପ୍ରକାଶ କରିଥିଲେ । ଶ୍ରମିକମାନେ ନ୍ୟାୟ ପାଇଁ ଗତ ୪ ତାରିଖ ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।ପୁନଃବାର ୧୮ ତାରିଖ ଦିନ କୋରାପୁଟ ଆସି ନ୍ୟାୟ ପାଇଁ ଦାବି ଜଣେଇବା ସହ ଧାରଣାରେ ବସିଥିଲେ ।୨୭ ତାରିଖ ଦିନ କର୍ତୂପକ୍ଷଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯିବ ଜିଲ୍ଲା ପ୍ରଶାସନ ତରଫରୁ କୁହାଯିବା ପରେ ଶ୍ରମିକମାନେ ଧାରଣାରୁ ଓହରିଯାଇଥିଲେ ।୨୭ ତାରିଖ ଦିନ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଦାବି ସମାଧାନ ନିମନ୍ତେ ଓମଏସି ଅଧିକାରୀ ହେମନ୍ତ କୁମାର ସିଂ , ମୈତ୍ରୀ ତରଫରୁ ଲଲିତ ବ୍ରହ୍ମା ,ସ୍ଥାନୀୟ ତହସିଲଦାର ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।ଖଣି ବଦଳରେ ପରିବହନ କ୍ଷେତ୍ରରେ ନିଯୁକ୍ତି ଦିଆଯିବ ବୋଲି କଂପାନୀ କର୍ତୂପକ୍ଷ କହିବା ପରେ  ଶ୍ରମିକମାନେ ରାଜି ହୋଇ ନ ଥିଲେ ।ଯାହାକି ଆଲୋଚନାଟି ବିଫଳ ହୋଇଥିଲା ।ଏହାପରେ ଶ୍ରମିକମାନେ ଦାବି ପୂରଣ ନିମନ୍ତେ ୨୭ ତାରିଖ  ସଂଧ୍ୟାରେ  ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ଦେଇଥିଲେ ।