Odiapua.com

କୋଟିଆ ଗ୍ରାମପୁଞର ଫାଟୁସେନେରୀ ଗ୍ରାମରେ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର

କୋରାପୁଟ ୩୦-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ପ୍ରାଣୀ ସଂପଦ ବିକାଶ ତରଫରୁ କୋଟିଆ ଗ୍ରାମପୁଞର ଫାଟୁସେନେରୀ ଗ୍ରାମରେ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ।ଫାଟୁସେନେରୀ ଗ୍ରାମରେ ଗୋରୁଗାଈଙ୍କୁ ମାଗଣାରେ ଆନ୍ଥ୍ରାକ୍ସ ଟୀକାକରଣ କରାଯିବା ସହ ଲୋକମାନଙ୍କୁ ସଚେତନତା କରାଯାଇଥିଲା ବୋଲି ସିଡିଭିଓ ଡାକ୍ତର ଗିରିଜା ପ୍ରସାଦ ତ୍ରୀପାଠୀ ପ୍ରକାଶ କରିଛନ୍ତି । ଅସୁସ୍ଥ ଗୋରୁଗାଈ ଓ ଛେଳିଙ୍କୁ ଚିକିତ୍ସା କରାଯିବା ସହ ମାଗଣାରେ ମେଡିସିନ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଭିଟି ସୁଦାମ ଅଗଷ୍ଟିନ ଭତ୍ରା ,ଏଲଆଇ ବନ ବିହାରୀ ଜାନି ,ସହାୟକ ଧନେଶ୍ୱର ବୁରୁଡି ଓ ଶମ୍ଭୁନାଥ ଫୁଲ ଯୋଗଦେଇ ଟୀକା ପ୍ରଦାନ କରିଥିଲେ ।