Odiapua.com

କୋଟିଆ ଗ୍ରାମପୁଞର ଦୁଇଟି ପୃଥକ ସ୍ଥାନରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଚକ୍ଷୁ ଶିବିର

କୋରାପୁଟ ୨୨-୧୦(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞରେ ଆନ୍ଧ୍ରପ୍ରଦେଶ ତରଫରୁ ଅଧିକାରୀମାନେ ଅନୁପ୍ରବେଶ କରୁଥିବାର ସୂଚନା ପାଇ ଜିଲ୍ଲା ପ୍ରଶାସନ ତରଫରୁ ପୋଲିସ ଫୋସଷ୍ଫ ମାଜିଷ୍ଟ୍ରେଟ ମୃତୟନ କରାଯାଇଥିଲା ।ପୋଲିସ ଫୋର୍ସ ମୃତୟନ କରାଯାଇଥିବା ସତ୍ୱେ ଆନ୍ଧ୍ରପ୍ରଦେଶ ଅଧିକାରୀମାନେ ଅନୁପ୍ରବେଶ କରିଥିବା ଜଣାପଡିଛି ।ଓଡିଶା ପକ୍ଷରୁ ତଳ ଗଞେଇପଦରରେ ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା ।୧୧୮ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୬୨ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ୫ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ପଠାଯାଇଥିବା ଜଣାପଡିଛି । ପଟ୍ଟାଙ୍ଗୀ ବିଡିଓ ସୈାମ୍ୟ ସାର୍ଥକ ମିଶ୍ର ,ଏପିଓ ସୈାମେନ୍ଦ୍ର ନାୟକ ଚକ୍ଷୁ ଶିବିରରେ ଉପସ୍ଥିତ ଥିବା ବେଳେ କୋଟିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପବିତ୍ର ମୋହନ ପଣ୍ଡା,ଚକ୍ଷୁ ସହାୟକ  ପ୍ରଶାନ୍ତ କୁମାର ବେବର୍ତା,ପିଏଚଓ ବିଜୟ ଖିଲ ,ସ୍ୱାସ୍ଥ୍ୟ କର୍ମି  ସୁବାସ ଚପାଡି,ସୁନିତା ତାଡିଙ୍ଗୀ ,ସ୍ୱେହଲତା ମିଶ୍ର ଓ ରାଜୁ ହିଆଲ ପ୍ରମୁଖ ଶିବିରରେ ଯୋଗଦେଇ ପରିଚାଳନା କରିଥିଲେ ।ଆନ୍ଧ୍ର ଅଧିକାରୀ ତଳ ଗେଞଇପଦର ଆସୁଥିବାର ଦେଖି ଉପରସେମ୍ବି ନିକଟରେ ଓଡିଶା ତରଫରୁ ବାରଣ କରାଯାଇଥିଲା ।ତଥାପି ଆନ୍ଧ୍ର ତରଫରୁ ଧୂଲିପଦର ଗ୍ରାମରେ ଚକ୍ଷୁ ଶିବିର ଆୟୋଜନ କରିଥିବା ଜଣାପଡିଛି ।ତଳ ଗଞେଇପଦର ଗ୍ରାମରେ ଆନ୍ଧ୍ର ତରଫରୁ ଏକ ବୈଠକ ଆୟୋଜନ କରାଯାଇଥିବା ସୂଚନା ମିଳିଛି ।ଜିଲ୍ଲା ପ୍ରଶାସନ ତରଫରୁ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟ  ମୃତୟନ କରାଯାଇଥିବା ସତ୍ୱେ କିପରି ଆନ୍ଧ୍ର ତରଫରୁ ଚକ୍ଷୁ ଶିବିର ଓ ବୈଠକ କଲେ ତାହା ଏବେ ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।କୋଟିଆ ବିବାଦ  ଦିନକୁ ଦିନ ଅଧିକା ଘନୀଭୂତ ହେବାରେ ଲାଗିଛି ।ରାଜ୍ୟ ସରକାର କୋଟିଆ ବିବାଦର ସମାଧାନ କରିବାକୁ ଦାବି ହେଉଛି ।